ଭଦ୍ରକ: ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ। ୮ ଜଣ ଆହତ। ଏପରି ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଟାଉନ ଥାନା ଅଧିନସ୍ଥ କଲ୍ୟାଣୀ ହୋଟେଲ ସମୁଖରେ। ଗତ କାଲି ରାତିରେ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଗୋଟିଏ ଯାତ୍ରୀବାହୀ ବସ ପ୍ରାୟ ୧୫/୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ତେବେ ବସଟିର ଦ୍ରୁତ ଗତି ଦେଖି ଯାତ୍ରୀ ମାନେ ଧୀରେ ଧୀରେ ବସ ଚଳାଇବାକୁ ଡ୍ରାଇଭରକୁ କହିଥିଲେ। ପରେ ଯାତ୍ରୀମାନେ ନିଦରେ ଶୋଇଥିଲେ। ତେବେ ଡ୍ରାଇଭର ବସଟିକୁ ଦ୍ରୁତ ଗତିରେ ଆଣି କଲ୍ୟାଣୀ ହୋଟେଲ ସମୁଖରେ ଛିଡା ହୋଇ ଥିବା ଗୋଟିଏ ଟ୍ରକକୁ ହଠାତ ଜୋରରେ ଧକ୍କା ଦେଇଥିଲା। ଫଳରେ ବସରେ ଥିବା ମୋଟ ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଥିଲେ। ବସଟିର ଆଗ ପାଖ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ଓ ଯୁବକ ମାନେ ବସ ଭିତରୁ ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାକୁ ଆଣି ଚିକିତ୍ସା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨ରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ତେବେ ଏହି ଯାତ୍ରୀମାନେ କଲିକତା ଅଭିମୁଖେ ଯାଉଥିଲେ। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଅଛି ।
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ, ୮ ଆହତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











