The Ultimate Managed Hosting Platform
ADVERTISEMENT

ରାଘବ ଚଡ୍ଡା ଓ ପରିନୀତି ଚୋପଡାଙ୍କୁ ଅଭିନନ୍ଦନ ଜଣାଇଲେ ଆପ ସାଂସଦ

Facebook
Twitter
LinkedIn

ନୂଆଦିଲ୍ଲୀ : ପରିନୀତିଙ୍କ ନାମ ଆମ ଆଦମୀ ପାର୍ଟୀର ସାଂସଦ ରାଘବ ଚଡ୍ଡାଙ୍କ ସହ ଯୋଡା ଯାଉଛି । ପରିନୀତି ଏବଂ ରାଘବ ଚଡ୍ଡାଙ୍କ ଡେଟିଂର ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ଆପ ସାଂସଦ ସଞ୍ଜୀବ ଅରୋଡା ନିଜ ଟ୍ୱିଟର ଆକାଉଣ୍ଟରେ ଏହି ସଂପର୍କକ ନିଶ୍ଚିତ କରିଛନ୍ତି । ଖବର ମିଳିଛି ଯେ, ଏହି ଦୁଇ ଜଣ ପରସ୍ପର ସହ ରିଲେସନସିପରେ ଅଛନ୍ତି ।
ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା ବର୍ତ୍ତମାନ ନିଜ ରିଲେସନସିପକୁ ନେଇ ବହୁତ ଖୁସି ଅନୁଭବ କରୁଛନ୍ତି । ପରିନୀତି ଏବଂ ରାଘବ ଚଡ୍ଡାଙ୍କ ସଂପର୍କ ବର୍ତ୍ତମାନ ପର୍ୟ୍ୟନ୍ତ ଗୁପ୍ତ ରହିଥିଲା । ଫ୍ୟାନ୍ସମାନେ ତାଙ୍କ ରିଲେସନସିପକୁ ନେଇ ଅପେକ୍ଷା କରିଥିଲେ । ହେଲେ ଏହାରି ମଧ୍ୟରେ ଆପ ସାଂସଦ ସଂଜୀବ ଅରୋରା ଦୁଇ ଜଣଙ୍କୁ ଅଭିନନ୍ଦନ ଜଣାଇ ସଂପର୍କକୁ ନିଶ୍ଚିତ କରିଛନ୍ତି । ସଂଜୀବ ଆରୋରା ନିଜ ଟ୍ୱିଟର ଆକାଉଣ୍ଟରେ ପରିନୀତି ଓ ରାଘବ ଚଡ୍ଡା, ଦୁଇଜଣଙ୍କ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ‘ମୁଁ ପରିନୀତି ଏବଂ ରାଘବ ଚଡ୍ଡାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ମୁଁ ଆଶା କରୁଛି ଯେ, ଏମାନଙ୍କ ମିଳନକୁ ପ୍ରେମ, ଆନନ୍ଦ ଏବଂ କମ୍ପାନିୟନସିପରେ ଭରି ରହୁ । ଏହା ମୋର ଶୁଭକାମନା ।’ ପରିନୀତି ଚୋପଡା, ରାଘବ ଚଡ୍ଡାଙ୍କ ସହିତ ମୁମ୍ବାଇରେ ଭେଟ ହୋଇଥିଲେ । ଏହାପରେ ଦୁହେଁ ଡିନର ଏବଂ ଡେଟ୍ସ ଉପଭୋଗ କରୁଛନ୍ତି । ତେଣୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ସତ କଥା ଏହା ଯେ, ବର୍ତ୍ତମାନ ପର୍ୟ୍ୟନ୍ତ ପରିନୀତି ଚୋପଡା ଏବଂ ରାଘବ ଚଡ୍ଡା ଏହି ସଂପର୍କକୁ ନେଇ ଅଫିସିଆଲି କୌଣସି ପୋଷ୍ଟ କରିନାହାନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login