The Ultimate Managed Hosting Platform
ADVERTISEMENT

ପ୍ରେମିକାର ବ୍ଲାକମେଲିଂ ପାଇଁ ଚାଲିଗଲା ଆଜେକ୍ସଙ୍କ ଜୀବନ !

Facebook
Twitter
LinkedIn

ଭୁବନେଶ୍ୱର: ପୁଣି ପ୍ରେମ ନେଲା ଜୀବନ । ପ୍ରେମ ପାଇଁ ଚାଲିଗଲା ପ୍ରେମିକର ଜୀବନ । ନିଜ ଜୀବନଠୁ ବି ନିଜ ପ୍ରେମିକାକୁ ଅଧିକ ଭଲ ପାଉଥିଲେ , କିନ୍ତୁ ସେହି ପ୍ରେମିକା ଅନ୍ୟ ଜଚ୍ଚଙ୍କ ସହ ସମୟ ବିତାଉଥିଲା । ଏହାକୁ ସହିପାରିଲେନି ଆଉ ଦୁନିଆକୁ ସବୁଦିନ ପାଇଁ ଛାଡି ଚାଲିଗଲେ । ଓଡ଼ିଶାର ଜଣାଶୁଣା ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାର ମହାରଣା ଆତ୍ମହତ୍ୟା ଘଟଣାକୁ ନେଇ ସସପେନ୍ସ ଲାଗି ରହିଛି। ନିଜ ପ୍ରେମିକା ପାଇଁ ଆତ୍ମହତ୍ୟା କରିଥିବା କଥା ଚର୍ଚ୍ଚା ହେଉଛି । ଆତ୍ମହତ୍ୟା ପଛରେ ତ୍ରିକୋଣୀୟ ପ୍ରେମକାହାଣୀ ଓ ବ୍ଲାକମେଲ୍ ପାଇଁ ନିଜ ଜୀବନକୁ ଶେଷ କରିଛନ୍ତି ବୋଲି ଆଜେକ୍ସଙ୍କ ବନ୍ଧୁ ମାନେ ଅଭିଯୋଗ କରିଛନ୍ତି ।


ସେପଟେ ମୃତ୍ୟୁ ପୂର୍ବ ଦିନ ଅର୍ଥାତ୍ ଶୁକ୍ରବାର ରାତିରେ ଆଜେକ୍ସଙ୍କୁ ପ୍ରେମିକା ମାଡ଼ ମାରିଥିବା ଆଜେକ୍ସଙ୍କ ସାଙ୍ଗ ଆଣିଛନ୍ତି ସାଂଘାତିକ ଅଭିଯୋଗ। କେବଳ ମାଡ଼ ମାରି ନ ଥିଲେ ଦୂରେଇ ଯିବାକୁ ଆଜେକ୍ସକୁ କହିଥିଲେ। ନଚେତ୍ ବ୍ୟକ୍ତିଗତ ଫଟୋ ଓ ଭିଡିଓକୁ ଭାଇରଲ୍ କରିବାକୁ ଧମକ ଦେଇଥିଲେ। ଏଥିସହ ତାଙ୍କ ବାପା ତମାଣ୍ଡୋର ଜଣେ ବଡ଼ ଗୁଣ୍ଡା କହି ଆଜେକ୍ସଙ୍କୁ ଧମକାଇଥିଲେ ପ୍ରେମିକା। ଆଜେକ୍ସଙ୍କୁ ସେ ସାଇଡ୍ ହୋଇଯିବା ପାଇଁ କହିଥିଲେ। ମାତ୍ର ଆଜେକ୍ସ ଏହାକୁ ଗ୍ରହଣ ନ କରିପାରି ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ଅଭିଯୋଗ ରହିଛି। ସେଭଳି ଆଜେକ୍ସଙ୍କ କିଛି ଫଟୋ ଓ ଭିଡିଓ ଭାଇରାଲ୍ କରିଦେବେ ବୋଲି ସେମାନେ ଧମକ ଦେଇ ବ୍ଲାକ୍ମେଲ କରୁଥିଲେ। ଆଜେକ୍ସଙ୍କ ମୋବାଇଲ ଫୋନ୍ରେ ସବୁ ତଥ୍ୟ ରହିଛି। ଏସବୁ ଦିଗକୁ ନେଇ ତଦନ୍ତ କଲେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ବନ୍ଧୁମାନେ ଅଭିଯୋଗ କରିଛନ୍ତି।


ଅନ୍ୟପଟେ ଏକ ମାତ୍ର ପୁଅକୁ ହରାଇବା ପରେ ମା ଆଖିରୁ ଲୁହ ଶୁଖୁନି। ଡିଜେ ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ମହାରଣା କହିଛନ୍ତି, ମୋ ପୁଅ ସହ ସେହି ଝିଅର ସମ୍ପର୍କ ବିଷୟରେ ମୁଁ ବର୍ଷେ ହେଲା ଜାଣିଥିଲି। ଗତ କାର୍ତ୍ତିକ ପୂର୍ଣ୍ଣିମାରେ ସେ ଝିଅ ସହିତ ମୋ ପୁଅ ମୋତେ ଦେଖାକରି ଦେଇଥିଲା। ସମାନ ଜାତି ଥିବାରୁ ମୁଁ ସେ ଝିଅକୁ ବୋହୂ କରିବି ବୋଲି ରାଜି ହୋଇଥିଲି। ମାତ୍ର ଝିଅ ମୋ ପୁଅକୁ ବରବାଦ କରିଦେଲା। ମୋ ପୁଅକୁ ଫସାଇ ମାରିଦେଲା। ମୋ ପୁଅ ପାଖରୁ ସେ ଝିଅ ପଇସାପତ୍ର ନିଏ। ବଡ଼ବଡ଼ ହୋଟେଲକୁ ସେ ଝିଅକୁ ମୋ ପୁଅ ନେଇ କି ଯାଏ। ସେ ଝିଅ ମୋ ପୁଅକୁ ବ୍ଲାକମେଲ କରୁଥିଲା। ମୋ ପୁଅ ସେତିକି କଷ୍ଟ ପାଇଛି ବୋଲି ସେ ଆତ୍ମହତ୍ୟା କରିଛି। ମୋ ପୁଅକୁ ନ୍ୟାୟ ଦରକାର। ସେ ଝିଅକୁ ଦଣ୍ଡ ମିଳୁ ବୋଲି ଅକ୍ଷୟଙ୍କ ମା’ କହିଛନ୍ତି।


ଅଭିଯୋଗ ଆଧାରକୁ ନେଇ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ଆଉ ଏବେ ‘ଡିଜେ ଆଜେକ୍ସ’ଙ୍କ ଆତ୍ମହତ୍ୟା ପଛରେ ସମ୍ପୃକ୍ତି ରହିଥିବା ପ୍ରେମିକା ଓ ତାଙ୍କ ପୁରୁଷବନ୍ଧୁଙ୍କ ଲାଗି ଅଡୁଆ ବଢ଼଼ିଛି। ସେମାନଙ୍କ ନାମରେ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ଦଫାରେ ମାମଲା ରୁଜୁକରି ତଦନ୍ତ କରୁଛି ଖାରବେଳ ନଗର ଥାନା ପୁଲିସ। ମଙ୍ଗଳବାର ‘ଡିଜେ ଆଜେକ୍ସ’ଙ୍କ ପ୍ରେମିକାଙ୍କୁ ଥାନାକୁ ଡାକି ପଚରାଉଚରା କରାଯିବ। ପରବର୍ତ୍ତୀ ସମୟରେ ତାଙ୍କ ପୁରୁଷବନ୍ଧୁଙ୍କୁ ପଚରାଉଚରା କରାଯିବ ବୋଲି ପୁଲିସ କହିଛି। ସେଭଳି ‘ଡିଜେ ଆଜେକ୍ସ’ଙ୍କ ପରିବାର ଲୋକ ଓ ବନ୍ଧୁଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଇ ତଥ୍ୟ ସଂଗ୍ରହ କରାଯାଇଛି। ସେହିପରି ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସିଡିଆର ରିପୋର୍ଟ ମଗାଯାଇଛି। ଆଜେକ୍ସଙ୍କ ସିଡିଆର୍ ନେଇ ମଧ୍ୟ ଯାଞ୍ଚ ଚାଲିଛି। ଆଉ କଲ୍ ରେକର୍ଡରୁ ପ୍ରମାଣ ମିଳିପାରେ ବୋଲି ପୁଲିସ ଆଶା କରିଛି। ସେଭଳି ବ୍ୟାଙ୍କ ସହ ପୁଲିସ ଯୋଗାଯୋଗ କରିଛି।

ପ୍ରେମିକାଙ୍କ ଆକାଉଣ୍ଟ କାରବାର ନେଇ ବ୍ୟାଙ୍କକୁ ତଥ୍ୟ ମଗାଯାଇଛି। ବିଭିନ୍ନ ସମୟରେ ପ୍ରେମିକାଙ୍କ ଜମାଖାତାକୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଡିଜେ ଆଜେକ୍ସ ଦେଇଥିବା କୁହାଯାଉଛି।
ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଖାରବେଳ ନଗର ଥାନା ଅଧିନ ୟୁନିଟ୍-୩ ସ୍ଥିତ ବାସଭବନରେ ବେକରେ ବେଡ୍ସିଟ୍ ଲଗାଇ ଫ୍ୟାନରେ ‘ଡିଜେ ଆଜେକ୍ସ’ ଝୁଲିପଡ଼ିଥିଲେ। ତ୍ରିକୋଣୀୟ ପ୍ରେମ କାହାଣୀ ଓ ବ୍ଲାକମେଲକୁ କେନ୍ଦ୍ରକରି ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login