ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୩ ଦିନିଆ ଗସ୍ତରେ ଆସୁଛନ୍ତି ମମତା ବାନାର୍ଜୀ। ଆଜି ପୁରୀରେ ରାତ୍ରୀଯାପନ କରିବେ। ନିର୍ମାଣ ନିବାସରେ ରାତ୍ର ରହଣି କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ନିଜ କୌଳିକ ପଣ୍ଡା ତଥା ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ଓ ରାଜେଶ ଦାସମହାପାତ୍ରଙ୍କ ସହିତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ।
ଏହା ସହିତ ବେଢ଼ା ପରିକ୍ରମା କରି ମହାପ୍ରଭୁଙ୍କ ପାଇଁ ଧୂଜା ଓ ପୂଜା କାର୍ୟ୍ୟ ସମାପନ କରି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବେ। ପରେ ବଳିଆପଣ୍ଡା ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଗେଷ୍ଟ ହାଉସ ପାଇଁ କ୍ଷେତ୍ର ପରିଦର୍ଶନ କରିବେ। ମମତା ବାନାର୍ଜୀଙ୍କ ଶ୍ରୀମନ୍ଦିର ଦର୍ଶନ ସମୟରେ ତାଙ୍କ ସହ ତାଙ୍କର କୌଳିକ ଗୁରୁ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମଧ୍ୟ ଉପସ୍ଥିତ ରହିବେ। ୨୨ତାରିଖରେ ଶ୍ରୀମନ୍ଦିରରେ ବନକ ଲାଗି ସ୍ୱତନ୍ତ୍ର ନୀତି ଥିବାରୁ ମମତାଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷତ କରିବା କାର୍ୟ୍ୟକ୍ରମ ରହିଛି। ଏହାପରେ ପଶ୍ଚିମବଙ୍ଗ ଫେରିଯିବେ ମମତା ବାନାର୍ଜୀ।
ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







