The Ultimate Managed Hosting Platform
ADVERTISEMENT

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବୈଜୟନ୍ତ, କହିଲେ ସମୟ ଆସିଗଲାଣି, ଏଥର ପରିବର୍ତ୍ତନ…

Facebook
Twitter
LinkedIn

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପରେ ଓଡ଼ିଶା ସରକାର ଙ୍କୁ ଟାର୍ଗେଟ୍‌ କଲେ  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବାଣପୁର ସଭାରେ ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବୈଜୟନ୍ତ । ରାଜ୍ୟ ସରକାରଙ୍କୁ କରିଛନ୍ତି ସିଧା ନିଶାନା । ସେ କହିଛନ୍ତି ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଗଲାଣି ।

ନଡ୍ଡାଙ୍କ କଥାକୁ ଦୋହରାଇ ବୈଜୟନ୍ତ କହିଛନ୍ତି ଓଡ଼ିଶା ରେ ମହିଳାଙ୍କ ପ୍ରତି ଅତ୍ୟାଚାର, ବଳାତ୍କାର ଓ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି କ୍ଷେତ୍ରରେ ଓଡ଼ିଶା ଦେଶରେ ୧ ନମ୍ବର । ଓଡ଼ିଶାରେ ବଳାତ୍କାର, ହତ୍ୟାରେ ସଂପୃକ୍ତ ବ୍ୟକ୍ତି ମନ୍ତ୍ରୀ ହୁଅନ୍ତି ବୋଲି କହିଛନ୍ତି ବୈଜୟନ୍ତ। ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀଙ୍କୁ ସିଧା ନିଶାନା ମଧ୍ୟ କରିଛନ୍ତି । 

ଅନ୍ୟପଟେ ୨୩ ବର୍ଷ ଶାସନରେ ଏହି ଧୃତରାଷ୍ଟ୍ର ସରକାର ଯୁବକଙ୍କୁ ଚାକିରି ଦେଇପାରୁନାହାନ୍ତି । ପ୍ରଗତିରୁ ଓଡ଼ିଶା ବଞ୍ଚିତ । ଲକ୍ଷ ଲକ୍ଷ ଓଡ଼ିଆ ବାହାରେ ଦାଦନ ଖଟୁଛନ୍ତି । କେବଳ ରାଜନୀତି ପାଇଁ ଏଠାକାର ଧୃତରାଷ୍ଟ୍ର ସରକାର ଆୟୁଷ୍ମାନ ଲାଗୁ କରୁନାହାନ୍ତି ବୋଲି କହିଛନ୍ତି ବୈଜୟନ୍ତ । ସେହିଭଳି ସେ ଆହୁରି କହିଛନ୍ତି ଯେ, ଧୃତରାଷ୍ଟ୍ରଙ୍କ କୁଶାସନ ଓଡ଼ିଶାବାସୀଙ୍କୁ ଜଣାପଡ଼ିଗଲାଣି । ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ଓଡ଼ିଶାବାସୀ ପ୍ରସ୍ତୁତ ହୋଇଗଲେଣି । ଆଜି ସଂଧ୍ୟା ପରେ ଏନେଇ ଆଉ ଦ୍ୱନ୍ଦ୍ୱ ରହିବନି କହିଲେ ବୈଜୟନ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login