April 28, 2024 10:15 pm

The Ultimate Managed Hosting Platform
ADVERTISEMENT

ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ଅତ୍ୟାଧୁନିକ ରେଲୱେ ବ୍ରିଜର ସରିବ ନିର୍ମାଣ କାମ  

Facebook
Twitter
LinkedIn

ନୂଆ ଷ୍ଟାଇଲ୍‌ରେ ତିଆରି ହେବ ବହୁ ଚର୍ଚ୍ଚିତ ପାମ୍ବନ ବ୍ରିଜ୍ । ପର୍ଯ୍ୟଟକଙ୍କୁ ନୂଆ ରୂପରେ ସ୍ୱାଗତ କରିବ ପାମ୍ବନ । ବ୍ରିଜ୍‌କୁ ଏକ ନୂଆ ଟେକ୍‌ନୋଲୋଜିରେ କରାଯିବ ପ୍ରସ୍ତୁତ । ଯାହାକି ଟ୍ରେନ୍‌ ଯିବାବେଳେ ତଳେ ଥିବ । ଆଉ ଟ୍ରେନ୍‌ ଗଲା ପରେ ଉପରକୁ ଉଠିବ ବ୍ରିଜ୍ ।

ବଦଳିବ ପାମ୍ବନ ରେଲେଓ୍ୱ ବ୍ରିଜର ରୂପରେଖ । ପ୍ରଥମ ଥର ପାଇଁ ଭାରତରେ ରେଲେଓ୍ୱ ବ୍ରିଜ ଉପରକୁ ଉଠିବ । ସମୁଦ୍ର ଉପରେ ତିଆରି ଚାଲିଥିବା ନୂଆ ବ୍ରିଜରେ ୧୦୦ଟି ସ୍ପାନ ରହିବ । ଏଥିରୁ ୯୯ଟି ସ୍ପାନ୍ ୧୮.୩ ମିଟର ଲମ୍ବର ହୋଇଥିବା ବେଳେ ଆଉ ଏକ ସ୍ପାନର ଲମ୍ବ ୭୨.୫ ମିଟର ରହିବ । ଏହି ୭୨.୫ ମିଟର ଲମ୍ବର ସ୍ପାନ ଉପରକୁ ଉଠିବ । ଏହାଫଳରେ ବ୍ରିଜ ତଳେ ଜାହାଜ ଗୁଡିକ ଯାଇପାରିବ ।

ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ଅତ୍ୟାଧୁନିକ ରେଲୱେ ବ୍ରିଜର ନିର୍ମାଣ କାମ ସରିବ । ରେଳ ବିକାଶ ନିଗମ ଲିମିଟେଡ ପକ୍ଷରୁ ସମୁଦ୍ର ଉପରେ ତିଆରି ହେଉଥିବା ବ୍ରିଜର ଲମ୍ବ ୨ କିଲୋମିଟର ୫୦ ସେମି ରହିଛି । ଏଥିପାଇଁ ବ୍ୟୟ ଅଟକଳ ରହିଛି ୫୩୫ କୋଟି ଟଙ୍କା । ତାମିଲନାଡୁର ରାମେଶ୍ୱରମ୍ ସହ ପାମ୍ବନକୁ ସଂଯୋଗ କରୁଥିବା ଏହି ବ୍ରିଜରେ ଏ୍ୟତିହ୍ୟ ସହ ଅତ୍ୟାଧୁନିକ କାରିଗରୀର ସମନ୍ୱୟ ଦେଖିବାକୁ ମିଳିବ । ଆମେରିକାର ହାଥ୍ରୋନ୍ ବ୍ରିଜ୍, ଅଷ୍ଟ୍ରେଲିଆର ରାଇଡ୍ ବ୍ରିଜ୍ ଓ ଫ୍ରାନ୍ସର ଜ୍ୟାକସ୍ ବ୍ରିଜ ଢାଞ୍ଚାରେ ଏହି ବ୍ରିଜ୍ ନିର୍ମାଣ ଚାଲିଛି । ପୂର୍ବରୁ ୧୯୧୪ ମସିହାରେ ସମୁଦ୍ର ଉପରେ ପାମ୍ବନ ବ୍ରିଜ ତିଆରି ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଜେପିରେ ସାମିଲ ହେଲେ ଦେବଗଡ଼ ରାଜ ପରିବାର ସଦସ୍ୟ

ବାକି ପ୍ରାର୍ଥୀ ଘୋଷଣା କଲା ବିଜେପି , ସାଲେପୁରରୁ ଅରିନ୍ଦମ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେ୍ଦବ

ଭୁବନେଶ୍ୱର : ଆଉ ୮ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ତେଲକୋଇ ସହିତ କେନ୍ଦ୍ରାପଡା, ଖୋର୍ଦ୍ଦା, ସାଲେପୁର ଆଦି ଆସନ ପାଇଁ...

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ସାପ କାମୁଡାରେ ଆଖି ବୁଜିଥିଲା ପୁଅ, ପୁଅର ମୃତଦେହ ଦେଖି ହୃଦଘାତରେ ମା’ର ଚାଲିଗଲା ଜୀବନ

ରାଜଗାଙ୍ଗପୁର: ସାପ କାମୁଡ଼ାରେ ନାବାଳକ ଆଖି ବୁଜିଲା। ପୁଅର ମୃତଦେହ ଦେଖି ହୃଦଘାତରେ ମା’ଙ୍କର ମୃତ୍ୟୁ ହେଲା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଢେଙ୍ଗୁରପାଣି ଗ୍ରାମରେ ଏଭଳି...

ADVERTISEMENT

Login