The Ultimate Managed Hosting Platform
ADVERTISEMENT

ୟୁପିରେ ବଦଳିଲା ଜନମତ; ଅଧା ଲୋକ ଅସନ୍ତୁଷ ପ୍ରକାଶ କରିବା ସହ ପରିବର୍ତ୍ତନ ଚାହୁଁଛନ୍ତି

Facebook
Twitter
LinkedIn

ଉତ୍ତର ପ୍ରଦେଶ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତିରେ ଉତ୍ତେଜନା ଲାଗି ରହିଛି। ସମସ୍ତ ରାଜନୈତିକ ଦଳ ସେମାନଙ୍କର ରାଜନୈତିକ ସ୍ଥିତିକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି। ଶାସକ ଦଳ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ଅଭିଯୋଗ ଏବଂ ପ୍ରତିବାଦ ଜାରି ରହିଛି। ଏନେଇ ଏବିପି ନ୍ୟୁଜ୍ ଏବଂ ସିଭୋଟର୍ ଦ୍ୱାରା କରାଯାଇଥିବା ଏକ ସର୍ଭେ ଦ୍ୱାରା ଏହି ସୂଚନା ପ୍ରକାଶ ପାିଛି । ଏହି ସର୍ବେକ୍ଷଣରେ, ଲୋକଙ୍କୁ ପଚରାଯାଇଥିଲା ଯେ ସେମାନେ ଯୋଗୀ ସରକାରଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି କି? ନା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ? ଏହାର ଜବାବରେ ୪୮ ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଏବଂ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି।

ଏବିପି ନ୍ୟୁଜ୍ ଏବଂ ସିଭୋଟର୍ ଦୈନିକ ସର୍ଭେରେ ବିଜେପିକୁ ଏକ ବିଫଳତା ଦେଖାଯାଉଛି । ଡିସେମ୍ବର ୧୭ର ସର୍ଭେ ଅନୁଯାୟୀ ୪୮ ପ୍ରତିଶତ ଲୋକ ଯୋଗୀ ସରକାରଙ୍କ ପ୍ରତି ଅସନ୍ତୋଷ ଥିବା ଦେଖାଇଛନ୍ତି। ଯାହାକି ଡିସେମ୍ବର ସର୍ଭେରେ, ଜନସାଧାରଣଙ୍କ ଅସନ୍ତୋଷର ଗ୍ରାଫ୍ ୪୭ ପ୍ରତିଶତ ଥିଲା । ଅର୍ଥାତ୍ ଯୋଗୀ ସରକାରଙ୍କ ପ୍ରତି ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧି ପାଇଛି ବୋଲି କୁହାଯାଇପାରେ।

ଏଥି ସହିତ, ଡିସେମ୍ବର ୧୭ ରେ ହୋଇଥିବା ସର୍ଭେରେ ୨୭ ପ୍ରତିଶତ ଲୋକ ଯୋଗୀ ସରକାରଙ୍କ ଉପରେ ଅସନ୍ତୁଷ ପ୍ରକାଶ କରିଛନ୍ତି । କିନ୍ତୁ ସେମାନେ ସରକାର ପରିବର୍ତ୍ତନ କରିବାକୁ ଚାହୁଁ ନାହାଁନ୍ତି। ଡିସେମ୍ବର ୯ ରେ, ଏହିପରି ଲୋକଙ୍କ ସଂଖ୍ୟା ୩୦ ଥିଲାବେଳେ, ଡିସେମ୍ବର ୧୫-୧୬ର ସର୍ଭେ ଅନୁଯାୟୀ ୨୮ ପ୍ରତିଶତ ଲୋକ ବର୍ତ୍ତମାନର ୟୁପି ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି, କିନ୍ତୁ ସେମାନେ ଏହାକୁ ପରିବର୍ତ୍ତନ କରିବା ସପକ୍ଷରେ ନାହାଁନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login