The Ultimate Managed Hosting Platform
ADVERTISEMENT

ଜେଲର ୨ରେ ନଜର ଆସିପାରନ୍ତି ଶାହାରୁଖ !

Facebook
Twitter
LinkedIn

ମୁମ୍ବାଇ : ରଜନୀକାନ୍ତଙ୍କ ବ୍ଲକବଷ୍ଟର ଫିଲ୍ମ ଜେଲରର ସିକ୍ୱେଲ୍ ଜେଲର-୨ ପାଇଁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମ ସହିତ ଜଡ଼ିତ ଏକ ଖବର ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି। ବଲିଉଡର ବାଦଶାହା ଶାହରୁଖ ଖାନଙ୍କ ନାମ ହଠାତ୍ ଏହି ପ୍ରୋଜେକ୍ଟ ସହିତ ଯୋଡ଼ା ଯାଇଛି। କାରଣ ହେଉଛି ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଏକ ବୟାନ। ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ କରିଛି । ଏକ ସାମ୍ପ୍ରତିକ କଥାବାର୍ତ୍ତା ସମୟରେ ମିଥୁନ ଚକ୍ରବର୍ତ୍ତୀ ଜେଲର-୨ ର କଳାକାରଙ୍କ ନାମ ଉଲ୍ଲେଖ କରିଥିଲେ। ସେ ଶାହରୁଖ ଖାନ ଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିଲେ। ଯାହା ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଥିଲା। ଲୋକମାନେ ଭାବିଥିଲେ ଶାହରୁଖ ଖାନ ପ୍ରକୃତରେ ଫିଲ୍ମର ଏକ ଅଂଶ ହୋଇପାରନ୍ତି। ତଥାପି, ମିଥୁନ ସ୍ପଷ୍ଟ କରି ନଥିଲେ ଯେ ଶାହରୁଖଙ୍କ ଭୂମିକା ବଡ଼ ହେବ କି ଛୋଟ । ମିଥୁନଙ୍କ ବୟାନ ସତ୍ତ୍ୱେ , ଫିଲ୍ମ ନିର୍ମାତାଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଶାହରୁଖ ଖାନ କିମ୍ବା ଜେଲର -୨ ଟିମ୍ ଏହି ଖବର ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login