ତୁର୍କୀ : ତୁର୍କୀରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ତୁର୍କୀର ରାଜଧାନୀ ଅଙ୍କାରାରୁ ଉଡ଼ାଣ ଭରି ଲିବିଆର ସାମରିକ ମୁଖ୍ୟ,୪ ଜଣ ଅଧିକାରୀ ଏବଂ ୩ ଜଣ କ୍ରୁର ସଦସ୍ୟଙ୍କୁ ନେଇ ଫେରୁଥିବାବେଳେ ବିମାନ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ଘଟିଛି । ଏପର୍ୟ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ବିମାନଟି ରାତି ୮ଟା ୩୦ମିନିଟରେ ଉଡ଼ାଣ କରିଥିଲା ଏବଂ ୪୦ ମିନିଟ୍ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ବୋଲି ତୁର୍କୀର ହୋମ୍ ମିନିଷ୍ଟର ଅଲି ୟେର୍ଲିକାୟା ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି । ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ବିମାନଟି ହାଇମାନା ନିକଟରେ ଜରୁରୀକାଳୀନ ଅବତରଣ ପାଇଁ ସଙ୍କେତ ଦେଇଥିଲା । କିନ୍ତୁ ଦୁର୍ଭାଗ୍ୟବସତଃ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି କାରଣରୁ ଘଟିଥିବା ସୂଚନା ମିଳିଛି । ହେଲେ ଏପର୍ୟ୍ୟନ୍ତ ୩ ଜଣ କ୍ରୁର ସଦସ୍ୟଙ୍କ ପରିଚୟ ମିଳିପାରିନାହିଁ ।
Views: 105











