ଭୁବନେଶ୍ୱର : ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ଟି ନୂଆ ଆମ୍ବୁଲାନ୍ସ । ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ଟି ନୂଆ ଆମ୍ବୁଲାନ୍ସ । ରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟବାସୀଙ୍କ ପାଇଁ ୪୨୮ଟି ନୂତନ ୧୦୮-ଆମ୍ବୁଲାନ୍ସ ଆବଣ୍ଟିତ ହୋଇଛି, ଯାହା ମଧ୍ୟରୁ ୪୧୯ଟି ପୁରୁଣା ଏବଂ ୨ଟି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି। ନୂତନ ଆମ୍ବୁଲାନ୍ସଗୁଡ଼ିକରେ ବିମାନବନ୍ଦର/ବିମାନ ଷ୍ଟ୍ରିପ୍ ବ୍ୟବହାର ପାଇଁ ୫ଟି ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ (ଏଏଲଏସ) ଯାନ ଏବଂ ଝାରସୁଗୁଡ଼ା କାର୍ଡିଆକ୍ କେୟାର ହସ୍ପିଟାଲ ପାଇଁ ୨ଟି ଏଏଲଏସ ଆମ୍ବୁଲାନ୍ସ ଅନ୍ତର୍ଭୁକ୍ତ ରହିଛି। ବର୍ତ୍ତମାନ, ପ୍ରତିଦିନ ପ୍ରାୟ ୫,୦୦୦ ରୋଗୀଙ୍କୁ ୧୦୮-ଆମ୍ବୁଲାନ୍ସ ସେବା ମାଧ୍ୟମରେ ସାରା ଓଡ଼ିଶାର ବିଭିନ୍ନ ହସ୍ପିଟାଲକୁ ପରିବହନ କରାଯାଉଛି।
Views: 58











