The Ultimate Managed Hosting Platform
ADVERTISEMENT

ଭାରତୀୟଙ୍କ ପାଇଁ ବନ୍ଦହେଲା ବାଂଲାଦେଶୀ ଭିସା

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ । ଭାରତର ଭିସା ସେବା ବନ୍ଦ କରିବା ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଏହି ନିଷ୍ପତ୍ତି ନେଇଛି । ବାଂଲାଦେଶର ବିଚ୍ଛିନ୍ନତାବାଦୀ ନେତା ଶରିଫ ଉସମାନ ହାଦିଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ବିବାଦ ତେଜୁଛି । ଢାକା ଏବଂ ବାଂଲାଦେଶର ବିଭିନ୍ନ ହାଇକମିଶନର କାର୍ୟ୍ୟାଳୟ ଆଗରେ ବାଂଲାଦେଶ ପକ୍ଷରୁ ବିରୋଧ ପ୍ରଦର୍ଶନ ହୋଇଥିଲା । ହିଂସାତ୍ମକ ପ୍ରଦର୍ଶନ ପରେ ବାଂଲାଦେଶରେ ଭିସା ସେବା କେନ୍ଦ୍ର ବନ୍ଦ କରିଥିଲା ଭାରତ । ଜବାବରେ ନୂଆଦିଲ୍ଲୀରେ ଥିବା ବାଂଲାଦେଶ ହାଇକମିଶନ ସମସ୍ତ ପ୍ରକାରର ଭିସା ଏବଂ କନସୁଲାର ସେବାକୁ ସାମୟିକ ଭାବେ ବନ୍ଦ କରିଦେଇଛନ୍ତି। କେବଳ ଦିଲ୍ଲୀ ନୁହେଁ, ପଶ୍ଚିମବଙ୍ଗର ସିଲିଗୁଡ଼ି ଏବଂ ତ୍ରିପୁରାର ଅଗରତାଲାରେ ଥିବା ବାଂଲାଦେଶୀ କାର୍ୟ୍ୟାଳୟଗୁଡ଼ିକ ମଧ୍ୟ ସେମାନଙ୍କର ସେବା ସ୍ଥଗିତ ରଖିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login