ମାଲକାନଗିରି : ଆତ୍ମସମର୍ପଣ କଲେ ୨୨ ନକ୍ସଲ । ପୋଲିସ ମହାନିଦେ୍ର୍ଦଶକଙ୍କ ପାଖରେ ଆତ୍ମସମର୍ପଣ । ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ନାଁରେ ଥିଲା ୨ କୋଟିର ପୁରସ୍କାର । ଓଡ଼ିଶା ସରକାର ମାଓ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିକୁ ସଂଶୋଧନ କରିବା ପରେ ମାଓବାଦୀମାନଙ୍କର ଆତ୍ମସମର୍ପଣ ଘଟଣା ବୃଦ୍ଧି ପାଉଛି। ଓଡ଼ିଶା ମାଓବାଦୀଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି ଏବଂ ପଡ଼ୋଶୀ ଛତିଶଗଡ଼ ତୁଳନାରେ ୧୦% ଅଧିକ ପୁରସ୍କାର ପ୍ରଦାନ କରାଯାଇଛି। କନ୍ଧମାଳରେ ୩୩ ଜଣ ମାଓବାଦୀଙ୍କ ବିଷୟରେ ସୂଚନା ପ୍ରଦାନ କଲେ ନଗଦ ପୁରସ୍କାର ଘୋଷଣା କରାଯାଇଛି। ଏନେଇ କନ୍ଧମାଳ ପୁଲିସ ଏକ ‘ପୋଷ୍ଟର ଅଭିଯାନ’ ଆରମ୍ଭ କରାଯାଇଛି।ସେଥିରେ ୩୩ ଜଣ ମାଓ ନେତାଙ୍କ ମୋଷ୍ଟ ୱାଣ୍ଟେଡ୍ ତାଲିକା ପ୍ରକାଶ କରାଯାଇଛି।
Views: 94











