The Ultimate Managed Hosting Platform
ADVERTISEMENT

ଶୀତରେ ହାତୀ ଆତଙ୍କ, ଫସଲ କରୁଛନ୍ତି ନଷ୍ଟ

Facebook
Twitter
LinkedIn

ଭୁବନେଶ୍ୱର : ଆଖୀ ଆଗରେ ଉଜୁଡି ଯାଉଛି ଅମଳ ଫସଲ । ବିଲ ସାରା ଖିନଭିନ୍ ହୋଇ ପଡ଼ି ରହିବା ସହିତ ଦଳାଚକଟାରେ ନଷ୍ଟ ହେଉଛି ଏକର ଏକର ଜମିରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । ବୋଲଗଡ ବ୍ଲକ ଗୋପାଳପୁର ପଞ୍ଚାୟତର ଅନନ୍ତପଲ୍ଲି ଆଉ ତାଳତୁମ୍ବ ଗହିରରେ ପଡି ରହିଛି ଧାନ । ରାତିରେ ଚାଷୀଙ୍କ ଆଖିକୁ ନିଦ ନାହିଁ କି ଦିନରେ ହାତକୁ ଫୁରସତ ନାହିଁ । ହାତୀପଲଙ୍କ ଦାଉରୁ ଅମଳ ଫସଲ ବଞ୍ଚାଇଲେ ବର୍ଷ ସାରା ଚାଲିବ ତାର ତେଲ ଲୁଣର ସଂସାର । ଯାହାକୁ ନେଇ ଚିନ୍ତାରେ ଚାଷୀ ।
ବୋଲଗଡ ବ୍ଲକ ଗୋପାଳପୁର ପଞ୍ଚାୟତରେ ଚାଷୀଙ୍କ ଆଖିରୁ ନିଦ ହଜେଇ ଦେଲେଣି ଜଙ୍ଗଲୀ ହାତୀପଲ୍ଲ । ଅମଳ ଧାନ ଫସଲ ଖାଇ ଚାଷୀଙ୍କୁ କଲବଲ କରୁଛନ୍ତି । ମାନୁ ନାହାଁନ୍ତି ନିଆଁହୁଳା, ଜଗୁନି ବନ ବିଭାଗ । ଅମଳ ଫସଲ ହରାଇ ଚିନ୍ତାରେ ଚାଷୀ । ଏବେ ହାତୀପଲ୍ଲ ଘଉଡେଇବା ଦାବିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ପାଇଁ ସଜବାଜ ।
ଆନନ୍ଦପୁର ଉପଖଣ୍ଡ ବିଦ୍ୟାଧରପୁର ଓ ଢେଙ୍କା ଅଞ୍ଚଳରେ ବୁଲୁଛି ହାତୀ । ଗତକାଲି ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ବୃଦ୍ଧଙ୍କୁ କଚାଡି ମାରିବା ପରେ ଏବେ ଆନନ୍ଦପୁରରେ ବୁଲୁଛି । ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି ବନବିଭାଗ । ହାତୀ ପାଖକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login