ସିଡନୀ : ସିଡନୀର ବଣ୍ଡି ବିଚରେ ଆଖିବୁଜା ଫାୟାରିଂ । ୧୦ ଜଣଙ୍କର ଜୀବନ ଯାଇଛି । ୨ ବନ୍ଧୁକଧାରୀ ୫୦ ରାଉଣ୍ଡ ଗୁଳି ଫୁଟାଇଥିବା ସୂଚନା ରହିଛି । ୨ ବନ୍ଧୁକଧାରୀଙ୍କୁ କାବୁ କଲା ପୋଲିସ । ସୂଚନାନୁଯାୟୀ, ଇହୁଦୀ ପର୍ବ ପାଳନ କରିବାକୁ ଶତାଧିକ ଲୋକ ଏକାଠି ହୋଇଥିଲେ । ସେହି ସମୟରେ ସିଡନୀର ବଣ୍ଡି ବିଚରେ ୨ ଜଣ ବନ୍ଧୁକଧାରୀ ଆଖିବୁଜା ଫାୟାରିଂ କରିଥିଲେ । ୨ ବନ୍ଧୁକଧାରୀ ପ୍ରାୟ ୫୦ ରାଉଣ୍ଡ ଗୁଳି ଫୁଟାଇଥିଲେ । ତେଣୁ ଭୟରେ ଲୋକମାନେ ବେଳାଭୂମିରୁ ଦୌଡ଼ିବାକୁ ଆରମ୍ଭ କରିଥିଲେ । ଏଥିସହ ପୋଲିସର ସାଇରନ୍ ମଧ୍ୟ ବାଜିଥିଲା । ବର୍ତ୍ତମାନ ୨ଜଣ ବନ୍ଧୁକଧାରୀଙ୍କୁ ଅଟକ ରଖିଛି ପୋଲିସ । ଏହି ଆଖିବୁଜା ଫାୟାରିଂରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଯଦିଓ ଏପର୍ୟ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ କରାଯାଇନାହିଁ । ସିଡନୀରେ ବଣ୍ଡି ବିଚ୍ ନ ଯିବାକୁ ଜାରି ହେଲା ନିର୍ଦ୍ଦେଶ ।
Views: 59











