ବାଲିଗୁଡା : ବେଲଘର ବନାଞ୍ଚଳରେ ଦନ୍ତା ଦାତୀର ମୃତଦେହ ଠାବ । ଝିରିପାଣି ନ୍ଖଳଙ୍କ କରଚଣ୍ଡୀ ଗାଁ ନିକଟରେ ମୃତଦେହ ଠାବ ହୋଇଛି । ମୃତ୍ୟୁର କାରଣ ଜଣାପଡି ନାହିଁ, ଘଟଣାସ୍ଥଳରେ ବନବିଭାଗ ପହଁଚିଛି । ହାତୀଟି କିଛି ଦିନ ହେବ ଦୁର୍ବଳ ରହିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ତାର ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲାରୁ ଗତ ଦୁଇ ମାସ ପୂର୍ବେ ହାତୀଟି ଆସି ବେଲଘର ରେଞ୍ଜର ଝିରିପାଣି, ଲଙ୍କାଗଡ଼, ବେଲଘର ଆଦି ଅଞ୍ଚଳରେ ଘୁରି ବୁଲୁଥିଲା । ଲୋକଙ୍କ ବାଡ଼ିରେ ପଶି ଫସଲ ନଷ୍ଟ କରୁଥିବା ଲୋକେ ବନବିଭାଗକୁ ଜଣାଇଥିଲେ । ତେବେ ହାତୀଟିର କିଭଳି ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି ।
Views: 43











