କଟକ : ମହାନଦୀ ଜଳ ବିବାଦ । କମିଟି ସଦସ୍ୟ ଜୟ ନାରାୟଣ ମିଶ୍ରଙ୍କ ବଡ ବୟାନ । ଟ୍ରିବ୍ୟୁନାଲ ଯିବା ଭୁଲ ନିଷ୍ପତ୍ତି ଥିଲା । ରାଜନୈତିକ ସମାଧାନ ଆବଶ୍ୟକ । ନୀତିନ ଗଡକରି ସମାଧାନ ପାଇଁ ଡାକିଥିଲେ , ସମାଧାନ କଲେନି । ସେତେବେଳେ ରାଜନୈତିକ ସମାଧାନ ନ କରି କାହିଁକି ଟ୍ରିବୁ୍ୟନାଲ ଗଲେ ଜାଣିନି । ଟ୍ରିବ୍ୟୁନାଲକୁ ଯିବା ଦ୍ୱାରା ପ୍ରକ୍ରିୟା ବିଳମ୍ବ ହୋଇଛି । ମୁଖ୍ୟମନ୍ତ୍ରୀ ଯେଉଁ କମିଟି ଗଠନ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ । ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ ସମାଧାନ ପାଇଁ । ଛତିଶଗଡ ଯେମିତି ବ୍ୟାରେଜ କଲା , ଓଡିଶା ସରକାର ସେମିତି କରିବାର ଥିଲା । ହୀରାକୁଦ ବନ୍ଧର ତଳମୁଣ୍ଡରେ ଆହୁରି ବ୍ୟାରେଜ ନିର୍ମାଣ କରିବା କଥା । ରାଜନୈତିକ ସମାଧାନ ହୋଇଗଲେ ମହାନଦୀ ଜଳ ବିବାଦ ତୁଟିବ ।
Views: 47











