କଟକ : ଆଜିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଅସମ୍ଭାଳ ଭିଡ । ଦିନ ୯ଟାରୁ ଟିକେଟ ବିକ୍ରି । ଷ୍ଟାଡିୟମ ବାହାରେ ପ୍ରବଳ ଭିଡ । ରାଜ୍ୟ ତଥା ବାହାରୁ କ୍ରିକେଟ ପ୍ରେମୀଙ୍କ ଗହଳି । ସ୍ପେଶାଲ କାଉଣ୍ଟରରେ ଟିକେଟ କାଟିବେ ମହିଳା । ରାତିରୁ ହିଁ ବିଭିନ୍ନ ସ୍ଥାନରୁ ଲୋକେ ଆସି ଭିଡ଼ କରିଥିଲେ । ପୋଲିସକୁ ନାକେଦମ ହେବାକୁ ପଡିଥିଲା । ଅମାନିଆଙ୍କୁ ଘଉଡାଇ ଥିଲା ପୋଲିସ । ହଜାର ହଜାର କ୍ରିକେଟ ପ୍ରେମୀ ଷ୍ଟାଡିୟମ ନିକଟରେ ରାତିରେ ଏକାଠି ହୋଇ ଶିଳ୍ପ ନିର୍ଦ୍ଦେଶାଳୟ ପଡ଼ିଆରେ ହୋଇଥିବା ବ୍ୟାରିକେଡ୍ ରେ ପଶି ଧାଡ଼ିରେ ଛିଡ଼ାହେବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ପ୍ରଥମେ ସିଡିଏମ୍ ଓଙ୍କ କାର୍ୟ୍ୟାଳୟ ନିକଟକୁ ଘଉଡ଼ାଇଥିଲା ।
ସେଠାରେ ସମସ୍ତେ ଏକାଠି ହୋଇ ପାଟିତୁଣ୍ଡ କରିବାରୁ ପରେ କ୍ୟାଣ୍ଟନମେଣ୍ଟ ଛକ ନିକଟକୁ ଘଉଡ଼ାଇ ନେଇଥିଲା ପୋଲିସ । କିନ୍ତୁ ଭିଡ଼ ବଢ଼ିବାରୁ ରାତି ପ୍ରାୟ ୧୧ଟା ୩୦ ବେଳକୁ ପୋଲିସ ସେମାନଙ୍କୁ ଭିତରକୁ ପର୍ୟ୍ୟାୟକ୍ରମେ ଛାଡ଼ିଥିଲା । ରାତିରେ ଘଟଣାସ୍ଥଳରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ । ଲୋକଙ୍କ ସହିତ ପୋଲିସ ରାତି ଅନିଦ୍ରା ରହିଛି । ଲାଇନ୍ ଭିତରେ ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି କ୍ରିକେଟ୍ ପ୍ରେମୀ । ମଝିରେ ମଝିରେ ପୋଲିସ ଲାଠି ମଧ୍ୟ କାଢୁଛନ୍ତ । ତଥାପି ଟିକେଟ୍ ପାଇବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ କମୁ ନାହିଁ । ଅନ୍ୟପଟେ ଏଥର ଟିକଟ କଳାବଜାର ରୋକିବାକୁ କମିସନରେଟ୍ ପୋଲିସ ବାରବାଟୀ ଚାରିପଟେ ଡ୍ରୋନ୍ କ୍ୟାମେରା ଉଡ଼ାଇବାକୁ ନିଷ୍ପତ୍ତି ନେଇଛି ।
ଟିକେଟ ପାଇଁ ରାତି ଉଜାଗର
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







