ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ତାର୍ଥକ୍ଷେତ୍ର ଶିଖରରେ ଉଡିଲା ଧର୍ମଧ୍ୱଜା । ଧର୍ମଧ୍ୱଜା ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀରାମ ମନ୍ଦିର ଚୂଡାରେ ଉଡୁଛି ଗେରୁଆ ରଙ୍ଗର ପତାକା । ପତାକାରେ ରହିଛି ଉଜ୍ୱଳ ସୂର୍ଯ୍ୟ ଓ ଲେଖାଅଛି ଓମ । ଧର୍ମଧ୍ୱଜାରେ ରହିଛି କାଞ୍ଚନ ଗଛର ପ୍ରତିଛବି । ମାର୍ଗଶିର ମାସ ଶୁକ୍ଲପକ୍ଷ ପଞ୍ଚମୀରେ ଧ୍ୱଜାରୋହଣ । ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ୱଜା ସ୍ଥାପନା । ଧର୍ମଦ୍ୱଜାର ଉଚ୍ଚତା ୧୦ ଫଉଟ ଓ ଲମ୍ବ ୨୦ ଫୁଟ । ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି ।ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା । ଯାହାର ଅର୍ଥ ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ହୋଇଛି । ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ହୋଇଛି ଧ୍ବଜାରୋହଣ । ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ବଜା ସ୍ଥାପନା କରାଯାଇଛି । ଧର୍ମଧ୍ବଜାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୦ ଫୁଟ୍ ଥିବାବେଳେ ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି କରାଯାଇଛି । ପତାକାରେ ରହିଛି ଉଜ୍ଜ୍ୱଳ ସୂର୍ୟ୍ୟ ଓ ଲେଖାଯାଇଛି ‘ଓମ୍’ । ଧର୍ମଧ୍ବଜାରେ ରହିଛି କାଞ୍ଚନ ଗଛର ପ୍ରତିଛବି ।
ପ୍ରଧାନମନ୍ତ୍ରୀ ମୋଦି ଏବଂ ଆରଏସଏସର ସଂଘଚାଳକ ମୋହନ ଭାଗବତ ପବିତ୍ର ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ଗେରୁଆ ରଙ୍ଗର ପତାକା ସ୍ଥାପନା କରିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସେମାନଙ୍କ ସହିତ ଉପସ୍ଥିତ ଥିଲେ । ଯୋଗୀ ଆଦିତ୍ୟନାଥ କହିଛନ୍ତି, ନୂଆ ଯୁଗର ଆରମ୍ଭ ହୋଇଛି । ଏହି ଅବସରରେ ସିଦ୍ଧ କାଶୀ ବିଦ୍ୱାନ ଗଣେଶ୍ୱର ଶାସ୍ତ୍ରୀଙ୍କ ମାର୍ଗଦର୍ଶନରେ ଅଯୋଧ୍ୟା, କାଶୀ ଏବଂ ଦକ୍ଷିଣ ଭାରତର ୧୦୮ ଜଣ ଆଚାର୍ୟ୍ୟ ଏହି ପୂଜାର୍ଚ୍ଚନା କରିଥିଲେ ।
ଧର୍ମଧ୍ୱଜା ସ୍ଥାପନା କଲେ ମୋଦି , ତାର୍ଥକ୍ଷେତ୍ର ଶିଖରରେ ଉଡିଲା ଧର୍ମଧ୍ୱଜା
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











