ଭୁବନେଶ୍ୱର : ବିଜେଡିର ପଦ ଛାଡିଲେ ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ ସେଲ ଉପସଭାପତି ପଦରୁ ଦେଲେ ଇସ୍ତଫା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ଗୁରୁତ୍ୱ ଦେଉ ନଥିବାରୁ ପଦବୀ ଛାଡିଥିବା ଇସ୍ତଫାପତ୍ରରେ ଉଲ୍ଲେଖ । ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁ ନ ଥିବା ଚିଠିରେ ଅଭିଯୋଗ ।
ଉପସଭାପତି ପଦ ଛାଡିବା ପରେ ଦେବାଶିଷ ସାମନ୍ତରାୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ବିଜୁ ଜନତା ଦଳ ଏବେ ବୁ୍ୟରୋକ୍ରାଟିକ ଦଳ ହୋଇଯାଇଛି । ବିଜୁ ବାବୁଙ୍କ ଆଦଶ୪ରେ ଆଉ ବିଜେଡି ପରିଚାଳିତ ହେଉନାହିଁ । ବରିଷ୍ଠ ମାନଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନି । ଦେବାଶିଷ ସାମନ୍ତରାୟ ଆହୁରି କହିଛନ୍ତି, ଯେପର୍ୟ୍ୟନ୍ତ ନବୀନ ବାବୁ ଦଳକୁ ପରିଚାଳନା କରୁଥିବେ ସେଯାଏ ମୋର ବିଜେଡି ଛାଡ଼ିବାର ନାହିଁ। ବିଜେଡିରେ ଗୁରୁତ୍ବ ଦେଉନଥିବାରୁ ପଦ ଛାଡ଼ିଲି। ମୁଁ ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲି। କିନ୍ତୁ ନବୀନ ବାବୁ ଅସୁସ୍ଥ ଥିବା କାରଣରୁ ମୁଁ ଚୁପ୍ ରହିଥିଲି। ହେଲେ ଏବେ ବାଧ୍ୟ ହୋଇ ପଦଛାଡ଼ିଛି। ଆଗେ ମୁଁ ନବୀନ ବାବୁଙ୍କ ସହ ସିଧାସଳଖ କଥା ହେଉଥିଲି। ହେଲେ ମୋତେ ସେଥିରେ ବ୍ଲକ୍ କରାଗଲା। ଏକଥା କିଏ କରିଛନ୍ତି, ତାହା ସମସ୍ତଙ୍କୁ ଜଣା। ନୂଆପଡ଼ାରେ ଜଣେ ଜିଲ୍ଲାର ବାହାରର ନେତ୍ରୀଙ୍କୁ ପ୍ରାର୍ଥୀ କରିବାକୁ କିଏ ନିଷ୍ପତ୍ତି ନେଲା ବୋଲି ସେ ପ୍ରଶ୍ନ ଉଠାଇବା ସହ କହିଛନ୍ତି ନବୀନ ବାବୁ କଦାପି ଏଭଳି କାମ କରିନଥିବେ।
ପୁଣି ବିଜେଡିରେ ହଲଚଲ୍। ଦଳୀୟ ପଦ ଛାଡ଼ିଲେ ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ବିଜେଡିର ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଏହାପରେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଦେବାଶିଷ ସାମନ୍ତରାୟ ଖୁବ୍ ଶୀଘ୍ର ବିଜେଡି ଛାଡ଼ିବେ ଏବଂ ବିଜେପିରେ ଯୋଗ ଦେବେ। ଖାଲି ସେତିକି ନୁହେଁ, ଆଗରୁ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପି ଟିକେଟରେ ପୁଣି ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଠିକ୍ ସେହି ପନ୍ଥା ଅବଲମ୍ବନ କରିପାରନ୍ତି ଦେବାଶିଷ ସାମନ୍ତରାୟ।
ପଦ ଛାଡିଲେ ଦେବାଶିଷ ସାମନ୍ତରାୟ, କହିଲେ ବିଜେଡି ବ୍ୟୁରୋକ୍ରାଟିକ ଦଳ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











