ଭୁବନେଶ୍ୱର : ଭୁବନେଶ୍ୱର ଏଜି ଛକରେ ସ୍ଥାପନ ହେବ ସଡକ ଦୁର୍ଘଟଣା ଘଣ୍ଟା । ଏ ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିଦେ୍ର୍ଦଶକଙ୍କ ଚିଠି । ସଡକ ଦୁର୍ଘଟଣା ବାବଦରେ ସଚେତନ କରିବ ସଡକ ଦୁର୍ଘଟଣା ଘଣ୍ଟା । ସଚେତନ ସହ ସକରାତ୍ମକ ଆଚରଣରେ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବ ।ମେସର୍ସ ଆଡସଫ୍ଟ ଟେକ୍ନୋଲୋଜି ଲିମିଟେଡ୍ ପକ୍ଷରୁ ଦୁର୍ଘଟଣା ଘଣ୍ଟା ପାଇଁ ଏକ ବାହ୍ୟ ଭିଡିଓ ୱାଲ୍ ପାଇଁ ଏକ ଟେକ୍ନୋ-କମର୍ସିଆଲ୍ ପ୍ରସ୍ତାବ ମଧ୍ୟ ପ୍ରାପ୍ତ ହୋଇଛି । ପରିବହନ କମିଶନରଙ୍କ ସହ ପରାମର୍ଶ କରି ଦୁର୍ଘଟଣା ଘଣ୍ଟା ସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଧେଶକ ଚିଠି ଲେଖିଛନ୍ତି ।
Views: 37











