ଜଗତସିଂହପୁର (ଲୋକନାଥ ସାହୁ) : ଏକାଧିକ ସନ୍ଦିଗ୍ଧ ବାଂଲାଦେଶୀ ଅଟକ ସହିତ ମାରାଣାସ୍ତ୍ର ଓ ବନ୍ଧୁକ ଜବତ । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ବେହେରାମପୁର ବସ୍ତିରେ । ଗତକାଲି ସନ୍ଧ୍ୟାରେ ପୁଲିସ ଚଢ଼ଉ କରିଥିବାବେଳେ ଦୁଇ ବାଂଲାଦେଶୀଙ୍କୁ ଅଟକ ରଖୁଥିବା ସୂଚନା ମିଳିଛି। ଏହି ବସ୍ତିରେ ଦୀର୍ଘଦିନ ଧରି ପ୍ରାୟ ୩୦ରୁ ଉର୍ଦ୍ଧ ପରିବାର ରହୁଥିବାବେଳେ ପୁଲିସ ଚଢ଼ଉ ବେଳେ ଦେଶୀ ବନ୍ଧୁକ ଓ ୫ରୁ ଊର୍ଦ୍ଧ୍ବ ବଡ଼ କଟୁରି ଜବତ କରିଛି । ତେବେ ଏମାନଙ୍କ ମୁଖ୍ୟ କୁହାଯାଉଥିବା ସିକନ୍ଦର ଆଲାମ ସହିତ ଅନ୍ୟ କେତେଜଣ ଫେରାର ହୋଇଛନ୍ତି। ଅନ୍ୟପଟେ ଏସଡିପିଓ ଆଞ୍ଜିକ୍ୟ ମାନେଙ୍କ ସୂଚନା ମୁତାବକ, କିଛିଦିନ ଧରି ଏହି ବସ୍ତିର କାର୍ୟ୍ୟକଳାପ ଉପରେ ନଜର ରଖାଯାଇଥିଲା। ବିଶ୍ୱସ୍ଥ ସୂତ୍ରରୁ କିଛି ସନ୍ଦିଗ୍ଧ ଆଚରଣ ସମ୍ପର୍କରେ ସୂଚନା ପାଇ ଆଜି ଅତିରିକ୍ତ ଏସ୍ପି ସତ୍ୟବ୍ରତ ଦାଶଙ୍କ ନେତୃତ୍ବରେ ସଦର ଥାନା ପୁଲିସ ବସ୍ତିରେ ଚଢ଼ଉ କରିଥିଲା । ଚଢ଼ାଉ ସମୟରେ ପୋଲିସ ସହିତ ବସ୍ତି ବାସିନ୍ଦା ଙ୍କ ଧସ୍ତାଧସ୍ତି ହୋଇଥିବା ବେଳେ ଏହି ଚଢ଼ାଉ ରେ ଗୋଟିଏ ଦେଶୀ ବନ୍ଧୁକ, ୫/୬ଟି ବଡ଼ କଟୁରୀ ଓ ଅନ୍ୟ କେତେକ ଆପରିଜନକ ଜିନିଷ ମିଳିଥିବା ସୂଚନା ମିଳିଛି। ଏବଂ ଦୁଇ ଜଣ ବାଙ୍ଗଲାଦେଶୀ କୁ ଅଟକ ରଖି ପୋଲିସ ତଦନ୍ତ କରୁଥିବା ର ସୂଚନା ମିଳିଛି ।
ଏକାଧିକ ସନ୍ଦିଗ୍ଧ ବାଂଲାଦେଶୀ ଅଟକ ସହିତ ମାରାଣାସ୍ତ୍ର ଓ ବନ୍ଧୁକ ଜବତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











