The Ultimate Managed Hosting Platform
ADVERTISEMENT

 ବିବାହ ପୂର୍ବରୁ ରୋମାନ୍ସଭରା ପୋଷ୍ଟର ଭାଇରାଲ

Facebook
Twitter
LinkedIn

ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବିବାହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସେମାନଙ୍କର ଆଗାମୀ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରର ପୋଷ୍ଟର ଫ୍ୟାନମାନଙ୍କୁ ବେଶ୍‌ ପସନ୍ଦ ଆସିଛି । ପୋଷ୍ଟରରେ ଉଭୟଙ୍କୁ ରୋମାଣ୍ଟିକ ପୋଜ୍‌ରେ ଦେଖିବାକୁ ମିଳିଛି । ଫିଲ୍ମ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ତାଙ୍କର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପୋଷ୍ଟର ସେୟାର କରିଛନ୍ତି । ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ଏହା ଭାଇରାଲ ହୋଇଯାଇଥିଲା । ପୋଷ୍ଟରେ ଅୟାନ ଲେଖିଥିଲେ, ବ୍ରହ୍ମାସ୍ତ୍ରର ଲଭ ପୋଷ୍ଟରକୁ ସେୟାର କରିବା ପାଇଁ ଏହା ହିଁ ଠିକ୍‌ ସମୟ। କାହିଁକି ନା, ଏବେ ପବନରେ କିଛି ଅଧିକ ପ୍ରେମ ଭରିରହିଛି ।

ସୂଚନାଥାଉକି, ଆସନ୍ତା ସେପ୍ଟେମ୍ବର ୯ରେ ଫିଲ୍ମଟି ରିଲିଜ୍‌ ହେବ । ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମଲୟାଲମ ଭାଷାରେ ଫିଲ୍ମ ପ୍ରଦର୍ଶିତ ହେବ । ରଣବୀର, ଆଲିୟାଙ୍କ ସହ ଅମିତାଭ ବଚ୍ଚନ, ମୌନୀ ରୟ ମଧ୍ୟ ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login