The Ultimate Managed Hosting Platform
ADVERTISEMENT

ମହଙ୍ଗା ହେବ ରିଚାର୍ଜ ; ୧୯୯ ରଚିାର୍ଜ ହେବ ୨୯୯ ଓ ୮୯୯ ରିଚାର୍ଜ ହେବ ୯୯୯ ଟଙ୍କା !

Facebook
Twitter
LinkedIn

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନି ଜିୟୋ, ଏୟାରଟେଲ୍ ଆଉ ଭୋଡାଫୋନ୍-ଆଇଡିଆ ନିଜର କୋଟି କୋଟି ଗ୍ରାହକଙ୍କୁ ଦେବାକୁ ଯାଉଛନ୍ତି ବଡ଼ ଝଟକା । କାହିଁକି ନା ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ ରିଚାର୍ଜ ପ୍ଲାନ୍ । ନୂଆ ରିପୋର୍ଟ ଅନୁସାରେ, ଆସନ୍ତା ମାସ ୧ ତାରିଖରେ ମୋବାଇଲ୍ ରିଚାର୍ଜ ପ୍ଲାନ୍ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ପାଇପାରେ । ଯାହା ହେଲେ ବର୍ତ୍ତମାନ ୧୯୯ ଟଙ୍କା ଥିବା ରିଚାର୍ଜ ପ୍ଲାନର ଦାମ ବୃଦ୍ଧି ପାଇ ୨୯୯ ଟଙ୍କା ହେବା ସହିତ ୮୯୯ ଟଙ୍କିଆ ରିଚାର୍ଜ ପ୍ଲାନ୍ ୯୯୯ ଟଙ୍କାକୁ ବୃଦ୍ଧି ପାଇବ । ବର୍ତ୍ତମାନ ସୁଦ୍ଧା ଜିୟୋ, ଏୟାରଟେଲ୍, ଆଉ ଭୋଡାଫୋନ୍ ଆଇଡିଆ କମ୍ପାନି ରିଚାର୍ଜ ପ୍ଲାନ୍ ବୃଦ୍ଧି ନେଇ କୌଣସି ଘୋଷଣା କରିନଥିଲେ ବି, ଆସନ୍ତା ମାସ ୧ ତାରିଖରୁ ରିଚାର୍ଜ ପ୍ଲାନର ଦାମ ବଢ଼ିପାରେ ବୋଲି ଖବର ଆସିଛି । ତେବେ ବର୍ତ୍ତମାନ ସମୟରେ ୮୪ ଦିନର ଭାଲିଡିଟି ସହିତ ୨ ଜିବି ଡାଟା ମିଳୁଥିବା ପ୍ଲାନର ଦାମ ରହିଛି ୯୪୯ ଟଙ୍କାରୁ ୯୯୯ ଟଙ୍କା । ତେଣୁ ଆଗକୁ ଏହି ଦାମ ଆହୁରି ବଢ଼ିଲେ ରିଚାର୍ଜ ପ୍ଲାନର ଦାମ ମଧ୍ୟ ବୃଦ୍ଧି ପାଇବ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ୧୯୯ ଟଙ୍କିଆ ରିଚାର୍ଜ ପ୍ଲାନର ଦାମ ବଢ଼ିଯିବ । ଯାହାକି ବର୍ଦ୍ଧିତ ଦର ସହିତ ୨୯୯ ଟଙ୍କା ହେବ । ସେହିପରି ୮୯୯ ପ୍ଲାନ ବଢ଼ି ୯୯୯ ଟଙ୍କା ହେବ । ତେବେ ଏୟାରଟେଲ୍ ଆଉ ଭୋଡାଫୋନ୍ ଆଇଡିଆ ଦୀର୍ଘ ସମୟ ଧରି ଟାରିଫ୍ ପ୍ଲାନରେ ସୁଧାର ଆଣିବାକୁ ଚେଷ୍ଟା କରି ଆସୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login