ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନକୁ ଆସିପାରନ୍ତି ରାଷ୍ଟ୍ରପତି । ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ପୁରା କାର୍ଯ୍ୟକ୍ରମ ଆସିନାହିଁ , ଆସିବାର ସମ୍ଭାବନା ରହିଛି । କେଉଁ ଦିନ ସେ ସମ୍ବୋଧନ କରିବେ, ତାହା ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ସ୍ଥିର କରାଯିବ। ଶୀତ ଅଧିବେଶନର କାର୍ୟ୍ୟସୂଚୀ ପ୍ରସ୍ତୁତ ହେବା ପରେ ତାହା ସ୍ପଷ୍ଟ ହେବ। ରାଷ୍ଟ୍ରପତି ବିଧାନସଭାକୁ ସମ୍ଵୋଧନ କରିବା ଏକ ସ୍ମରଣୀୟ ଅଭିଜ୍ଞତା ହେବ ବୋଲି କହିଛନ୍ତି ପୂର୍ଣ୍ଣ ସେଠୀ।
Views: 80











