କାମାକ୍ଷାନଗର :OSRTC ବସ-ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ପରଜଙ୍ଗ ଥାନା ୧୪୯ ନମ୍ବର ଏନଏଚ ରଙ୍ଗଥଳି ନିକଟରେ ଦୁର୍ଘଟଣା ଘଟିଛି । ୩ ଜଣ ବସ ଯାତ୍ରୀ ଓ ଟ୍ରକ ଡ୍ରାଇଭର ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଭୁବନେଶ୍ୱରରୁ ରାଉରକେଲା ଯାଉଥିଲା ଓଏସଆରଟିସି ବସ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ପୋଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି।
Views: 63











