The Ultimate Managed Hosting Platform
ADVERTISEMENT

ବସ-ଟ୍ରକ ମୁହାଁ ମୁହିଁ ; ୧୯ ଜଣଙ୍କର ଚାଲିଗଲା ଜୀବନ, ୮ ଜଣ ଆହତ

Facebook
Twitter
LinkedIn

ତେଲେଙ୍ଗାନା :ବସ-ଟ୍ରକ ମୁହାଁମୁହିଁ ଧକ୍କା । ୧୯ ଜଣଙ୍କର ଜୀବନ ଯାଇଥିବା ବେଳେ ୮ ଜଣ ଆହତ । ହାଇଦ୍ରାବାଦ -ବିଜାପୁର ହାଇୱେରେ ଭୟଙ୍କର ଦୁର୍ଘଟଣା । ରଙ୍ଗାରେଡ୍ଡୀ ଜିଲ୍ଲା ମିର୍ଜାଗୁଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାକୁ ନଏଇ ଦୁଃଖ ପ୍ରକାଶ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଏକ ଦ୍ରୁତ ଗତିରେ ଟ୍ରକ ସାଇଡରୁ ଆସି ଟିଜିଆରଟିସି ଯାତ୍ରୀବାହୀ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯାତ୍ରୀଙ୍କ ଘଟଣା ସ୍ଥଳରେ ଜୀବନ ଚାଲିଯାଇଛି, ଅନ୍ୟ ଯାତ୍ରୀ ଗୁରୁତର ରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆରଟିସି ବସ୍ଟି ତନ୍ଦୁରରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା ଏବଂ ଏଥିରେ ପ୍ରାୟ ୭୦ ଜଣ ଯାତ୍ରୀ ଥିଲେ। ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ପିଲା ଏବଂ ଅଫିସ ଯାଉଥିବା ଲୋକ ଥିଲେ ।
ପରିବହନ ମନ୍ତ୍ରୀ ପୋନ୍ନମ ପ୍ରଭାକର ଯାତ୍ରୀଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି । ସେ ଅଧିକାରୀଙ୍କୁ ତତ୍କାଳ ଉଦ୍ଧାର କାର୍ୟ୍ୟ କରିବା ଏବଂ ଆହତଙ୍କୁ ଚିକିତ୍ସା ପାଇଁ ସମସ୍ତ ସୁବିଧା ଦେବାକୁ କହିଛନ୍ତି । ଦୁର୍ଘଟଣା ବିଷୟରେ ଯାଂଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ୍ ପର୍ୟ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login