ତେଲେଙ୍ଗାନା :ବସ-ଟ୍ରକ ମୁହାଁମୁହିଁ ଧକ୍କା । ୧୯ ଜଣଙ୍କର ଜୀବନ ଯାଇଥିବା ବେଳେ ୮ ଜଣ ଆହତ । ହାଇଦ୍ରାବାଦ -ବିଜାପୁର ହାଇୱେରେ ଭୟଙ୍କର ଦୁର୍ଘଟଣା । ରଙ୍ଗାରେଡ୍ଡୀ ଜିଲ୍ଲା ମିର୍ଜାଗୁଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାକୁ ନଏଇ ଦୁଃଖ ପ୍ରକାଶ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଏକ ଦ୍ରୁତ ଗତିରେ ଟ୍ରକ ସାଇଡରୁ ଆସି ଟିଜିଆରଟିସି ଯାତ୍ରୀବାହୀ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯାତ୍ରୀଙ୍କ ଘଟଣା ସ୍ଥଳରେ ଜୀବନ ଚାଲିଯାଇଛି, ଅନ୍ୟ ଯାତ୍ରୀ ଗୁରୁତର ରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆରଟିସି ବସ୍ଟି ତନ୍ଦୁରରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା ଏବଂ ଏଥିରେ ପ୍ରାୟ ୭୦ ଜଣ ଯାତ୍ରୀ ଥିଲେ। ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ପିଲା ଏବଂ ଅଫିସ ଯାଉଥିବା ଲୋକ ଥିଲେ ।
ପରିବହନ ମନ୍ତ୍ରୀ ପୋନ୍ନମ ପ୍ରଭାକର ଯାତ୍ରୀଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି । ସେ ଅଧିକାରୀଙ୍କୁ ତତ୍କାଳ ଉଦ୍ଧାର କାର୍ୟ୍ୟ କରିବା ଏବଂ ଆହତଙ୍କୁ ଚିକିତ୍ସା ପାଇଁ ସମସ୍ତ ସୁବିଧା ଦେବାକୁ କହିଛନ୍ତି । ଦୁର୍ଘଟଣା ବିଷୟରେ ଯାଂଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ୍ ପର୍ୟ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ।
ବସ-ଟ୍ରକ ମୁହାଁ ମୁହିଁ ; ୧୯ ଜଣଙ୍କର ଚାଲିଗଲା ଜୀବନ, ୮ ଜଣ ଆହତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











