ସାକ୍ଷୀଗୋପାଳ : ଆଜି ପବିତ୍ର ଅଳାଁ ନବମୀ ।ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ ।ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଛି ।ବିଳମ୍ବିତ ରାତିରୁ ଧାଡ଼ିରେ ଠିଆ ହୋଇ ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ । ରାତି ୧ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ ଅବକାଶ ବେଶ ମଇଲମ ମର୍ଦ୍ଦନ ଅବକାଶ କରାଯାଇ ନଟବର ବେଶ ସୂର୍ୟ୍ୟପୂଜା ଦ୍ୱାରପାଳ ପୂଜା ବଲ୍ଲଭ ମଦନମୋହନ ଭୋଗ କରାଯିବା ପରେ ସେବାୟତ ଓ କର୍ମଚାରୀଙ୍କ ପରିବାର ଦର୍ଶନ କରିଥିଲେ । ବର୍ଷକୁ ଥରେ ଓଡ଼ିଆଣୀ ବେଶକୁ ନେଇ ଭକ୍ତଙ୍କ ମନରେ ଉତ୍ସାହ ରହିଛି ।
Views: 36











