ନୟାଗଡ : ପୋଖରୀରେ ବୁଡି ଯୁବକଙ୍କ ଚାଲିଗଲା ଜୀବନ । ସୂଚନା ଅନୁଯାୟୀ, ନୟାଗଡ ଜ଼ିଲ୍ଲା ସଦରଥାନା ଅନ୍ତର୍ଗତ ଶିମିଳିସାହିରେ ମନୁ ନାୟକଙ୍କର ବୁଡ଼ିଯାଇ ମୃତ୍ୟୁ ଘଟିଛି । ଆଜି ସକାଳୁ ମନୁ ନିତ୍ୟକାର୍ୟ୍ୟ ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ଦୀର୍ଘ ସମୟ ଧରି ନ ଫେରିବାରୁ ପରିବାର ସଦସ୍ୟ ପୋଖରୀ ଓ ନିକଟସ୍ଥ ଜଙ୍ଗଲରେ ଖୋଜିଥିଲେ । ହେଲେ ମନୁଙ୍କର କୌଣସି ଖବର ପାଇନଥିଲେ । ଦିପ୍ରହର ସମୟରେ ପୋଖରୀରେ ମୃତ ଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଫଳରେ ନୟାଗଡ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଆସି ମୃତ ଦେହକୁ ପୋଖରୀରୁ ବାହାର କରିଛନ୍ତି ।
Views: 46











