ନୂଆଦିଲ୍ଲୀ : ଅନେକ ବର୍ଷ ପୂର୍ବରୁ ବାବା ଭେଙ୍ଗା ୨୦୨୫ ପାଇଁ ଭବିଷ୍ୟବାଣୀ କରିଛନ୍ତି । ବାବା ଭେଙ୍ଗା ଭବିଷ୍ୟବାଣୀ କରିଛନ୍ତି କି , ଏସିଆ ମହାଦେଶ ପାଇଁ ବଡ ବିପଦ ଆସୁଛି । ଏଥିରେ ଭୂକମ୍ପ ଏବଂ ସୁନାମୀ ପରି ଘଟଣା ମାନ ସାମିଲ ଅଛି । କିଛି ବର୍ଷ ପୂର୍ବରୁ ପୁରା ଦୁନିଆରେ କରୋନା ଭାଇରସ ଆତଙ୍କ ଖେଳାଇଥିଲା । ଅନେକ ଲୋକଙ୍କର ପ୍ରାଣହାନି ହୋଇଥିଲା । ଅନେକ ଜୀବନ ବିପଦ ପଥରେ ଗତି କରିଥିଲା । େ ଆଉ ଏବେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପୁରା ଦୁନିଆକୁ ଚମକାଇ ଦେଇଛି । ସେ କହିଛନ୍ତି କି ଆଗକୁ ଆହୁରି ବିପଦଜନକ ଭାଇରସ ଦୁନିଆକୁ ଆସିବ । ଯାହା ପୁରା ମନୁଷ୍ୟ ଜଗତ ପାଇଁ ବିପଦ ହେବ । ଏହା ସହ ବାବା ଭେଙ୍ଗା ମଣିଷଙ୍କର କୃତିମ ଅଙ୍ଗକୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି । ଆଗାମୀ ଦିନରେ କୃତିମ ଅଙ୍ଗ ସୃଷ୍ଟି ହେବା ସହ କାର୍ଯ୍ୟ କରିବାରେ ମଧ୍ୟ ସକ୍ଷମ ହେବ । ବାୟୋପ୍ରିଟିଙ୍ଗ ଏବଂ ରିଜୋନେଟିଭ ଯୋଗୁଁ ଏହା ସମ୍ଭବ ହୋଇ ପାରିବ । ତେବେ ଦେଖିବାକୁ ଗଲେ ଅନେକ ଦେଶରେ କୃତିମ ଅଙ୍ଗ ତିଆରି ହେବା ଆରମ୍ଭ ହେଲାଣି ।
ଅନ୍ୟପଟେ ବାବା ଭେଙ୍ଗା ଏଲିଏନ୍ସକୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି । ତାଙ୍କର ସୂଚନା ଅନୁସାରେ ମଣିଷ ମାନଙ୍କର ଅନ୍ୟ ଗ୍ରହରେ ଥିବା ଏଲିଏନ୍ସଙ୍କ ସହ ସମ୍ପର୍କ ରହିବ । ଗତ କିଛି ବର୍ଷ ଧରି ନାସା ଏବଂ ଅନ୍ୟ କିଛି ଏଜେନ୍ସି ଅନ୍ୟ ଗ୍ରହ ମାନଙ୍କ ଉପରେ ପର୍ଯ୍ୟବେକ୍ଷଣ କରୁଛନ୍ତି । ଆମେରିକା ଲଗାତାର ଅନ୍ୟ ଗ୍ରହ ମାନଙ୍କ ସହ ସମ୍ପର୍କ ଯୋଡିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ତେବେ ଆଗାମୀ ଦିନରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ କେତେଦୂର ସଠିକ ହେଉଛି ତାହା ଦେଖିବାକୁ ଅପେକ୍ଷା ।
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ; ଆସୁଛି ବଡ ବିମାରୀ , ଏଲିଏନ୍ସ ସାଜିବେ ସବୁଠୁ ବଡ ବିପଦ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











