ବ୍ରହ୍ମପୁର : ସାନଖେମୁଣ୍ଡିରେ ଜାଗା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ । ପାଟପୁର ଥାନାରେ ଲିଖିତ ଏତଲା ଦେଲେ ଉଭୟ ଗୋଷ୍ଠୀ । ସାନଖେମୁଣ୍ଡି ତହସିଲଦାରଙ୍କ ଏତଲା ପରେ ୨ ଗୋଷ୍ଠୀର ୨୦ ଅଟକ । ହନୁମାନ ବାଟିକା ଜାଗା ପାଇଁ ସିଙ୍ଗିପୁର ଓ ରତ୍ନମଣିପୁର ମଧ୍ୟରେ ଗଣ୍ଡଗୋଳ ହୋଇଛି । ଉତ୍ତେଜନା ଲାଗି ରହିଥିବାରୁ ବିବାଦୀୟ ସ୍ଥଳରେ ବିଏନଏସର ୧୬୩ ଧାରା ଲାଗୁ ହୋଇଛି । ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ପୋଲିସ ଓ ପ୍ରଶାସନ ଉଦ୍ୟମ ଜାରି ରଖିଛି । ନିର୍ମାଣାଧୀନ ହନୁମାନ ବାଟିକା ଭିତରେ ସିଙ୍ଗିପୁର ଗାଁ ର ଉତ୍ୟକ୍ତ ଲୋକ ପଶି ଭଙ୍ଗା ରୁଜା କରିବା ପରେ ଦୁଇ ଗାଁ ଲୋକ ମୁହାଁମୁହିଁ ହୋଇଥିଲେ । ପଥର ଟେକା ମାଡ଼ରେ ଉଭୟ ଗାଁ ର ପ୍ରାୟ ୧୦ଜଣ ଆହତ ହୋଇଥିଲେ । ସିଙ୍ଗିପୁର ପଂଚାୟତ ଅଧିନରେ ଥିବା ଏହି ବିବାଦୀୟ ସ୍ଥାନରେ ପୂର୍ବରୁ ପୋଖରୀ ଥିଲା । କିନ୍ତୁ ରତ୍ନମଣିପୁର ଗାଁ ଲୋକ ସେହି ସ୍ଥାନରେ ହନୁମାନ ବାଟିକା କାମ ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ଉଭୟ ଗୋଷ୍ଠୀ ତହସିଲ, ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ବି କୌଣସି ସମାଧାନ ହୋଇପାରିନି।
୨ ଗୋଷ୍ଠୀ ଗଣ୍ଡଗୋଳ ; ୨୦ ଅଟକ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







