ଭୁବନେଶ୍ୱର : ପୁଣି ସୋସିଆଲ ମିଡିଆରେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ତେରଚ୍ଛା ବାଣ । ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ । କହ୍ନେଇ , ସନ୍ନ୍ୟାସୀ କହି ତାଚ୍ଛଲ୍ୟ କଲେ ଶ୍ରୀମୟୀ । କର୍ମୀ ଅନାଇ ବସିଛନ୍ତି , ଦିଲ୍ଲୀରେ ଡିଲ କରିଦେଲେ କହ୍ନେଇ । ଦଳ ପାଇଁ ସନ୍ନ୍ୟାସୀ ଶୁଭଙ୍କର ନୁହେଁ, ଭାରି ଭୟଙ୍କର । ଜୟ ଢୋଲକିଆ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଭିତରେ ଶ୍ରୀମୟୀଙ୍କ ପୋଷ୍ଟ । ଏପଟେ ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ହଲଚଲ୍ । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କ ଉପରେ ସଭିଙ୍କ ନଜର । ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ବଳଳିଯିବ କି ନୂଆପଡ଼ା ସମୀକରଣ । ଗୋଟିଏ ପଟେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ତ ଅନ୍ୟପଟେ ବିଜେପି କି ବିଜେଡି ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହାଁନ୍ତି ।
Views: 17