କଟକ : ମାଲଗୋଦାମରେ ଜଳିଗଲା ମାଲ ବୋଝେଇ ଟ୍ରକ । ମଶାଧୂପ ଲଗାଇ ଟ୍ରକ ଭିତରେ ଶୋଇଥିବା ବେଳେ ଅଗ୍ନିକାଣ୍ଡ । ପ୍ରଥମେ କମ୍ବଳ ଓ ପରେ ଛୋଟ ଗ୍ୟାସ ସିଲିଣ୍ଡରରୁ ନିଆଁ ବ୍ୟାପିଥିବା ସୂଚନା । ଡେଇପଡି ଜୀବନ ବଞ୍ଚାଇଲେ ଡ୍ରାଇଭର ।
ଖବବର ପାଇ କଟକ ବକ୍ସିବଜାର ଓ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକଟି ସଂପୂର୍ଣ୍ଣ ଭାବେ ଜଳିଯାଇଛି, ଡ୍ରାଇଭର ସୁରକ୍ଷିତ ଅଛନ୍ତି । ଗାଡ଼ିରେ ନିଆଁ ଲାଗିଥିବା ଦେଖି ଡେଇଁ ପଡି ଜୀବନ ବଞ୍ଚାଇଛନ୍ତି ଡ୍ରାଇଭର । ଭୋର ୪ଟାବେଳେ ଏହି ଅଘଟଣ ଘଟିଛି ।
Views: 31