
କମେଡିଆନ୍ ଭାରତୀ ସିଂଙ୍କ ଘରେ ଏବେ ଖୁସିର ମାହୋଲ । ଭାରତୀ ରବିବାର ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ସ୍ୱାମୀ ହର୍ଷ ଲିମ୍ବୋଚିୟା ଏହି ଖୁସି ଖବର ସୋସିଆଲ ସାଇଟରେ ସେୟାର କରିଛନ୍ତି । ଭାରତୀଙ୍କ ସହ ସେ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି ‘ ଇଟ୍ସ ଏ ବୟ’ । ବିବାହର ୫ ବର୍ଷ ପରେ ଭାରତୀଙ୍କ ଘର ଖୁସିରେ ଭରି ଉଠିଛି । ଗତ ବର୍ଷ ସେ ତାଙ୍କ ପ୍ରେଗ୍ନେନ୍ସି କଥା ପ୍ରଶଂସକଙ୍କ ସହ ସେୟାର କରିଥିଲେ ।
Views: 215