ମାଲକାନଗିରି : ଲଗାଣ ବର୍ଷାରେ ବଣ୍ଡା ଘାଟି ରାସ୍ତାରୁ ଧୋଇନେଲା ମାଟି । ବଣ୍ଡା ଘାଟି ମାଙ୍କଡଝୋଲା ରାସ୍ତାରୁ ଧୋଇନେଲା ମାଟି । ଖଇରପୁଟରୁ ବଣ୍ଡାଘାଟିକୁ ଯୋଗାଯୋଗ ପ୍ରଭାବିତ । ଚାରିଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ । ବିଡିଓ ଓ ତହସିଲଦାରଙ୍କ ଅନୁଧ୍ୟାନ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସଦର ମହକୁମାରୁ ବଣ୍ଡାଘାଟି ଦେଇ ଯାତାୟାତ କରିବା ପାଇଁ ବାଟରେ ପଡୁଛି ମାଙ୍କଡ଼ଝୋଲା । ଯେଉଁଠି ମାଟି ଅତଡ଼ା ଖସି ବିପଦ ପୂର୍ଣ୍ଣ ପାଲଟଛି ରାସ୍ତା । ଖୁବଶୀଘ୍ର ଏହାରା ମରାମତି କରିବା ଜରୁରୀ ହୋଇଛି । ନଚେତ୍ ବଡ଼ ଦୁର୍ଘଟଣାର ସମ୍ଭାବନା ରହୁଛି । ସେହିପରି ଗତକାଲି କଳିଙ୍ଗା ଘାଟି ପୁଣି ଥରେ ଭୁଶୁଡ଼ିଛି । କଳିଙ୍ଗା ଘାଟି ଭୂସ୍ଖଳନର ୬ ଦିନ ପରେ, ପୁଣି ଭୁଶୁଡ଼ିଛି ପାହାଡ ।
Views: 47











