The Ultimate Managed Hosting Platform
ADVERTISEMENT

ମୋଟାପଣକୁ ନେଇ ମୁହଁ ଖୋଲିଲେ ମିସ୍ ୟୁନିଭର୍ସ

Facebook
Twitter
LinkedIn

ମିସ୍‌ ୟୁନିର୍ଭସ୍‌ ହରନାଜ କୌର ସାନ୍ଧୁ। ୨୧ ବର୍ଷ ପରେ ସେ ଭାରତ ପାଇଁ ଆଣିଛନ୍ତି ମିସ୍‌ ୟୁନିର୍ଭସ୍‌ ମୁକୁଟ। ଶିଖ ପରିବାରର ଝିଅ ହରନାଜ୍‌। ଏହି ଟାଇଟେଲ୍‌ ଜିତିବା ପରେ ତାଙ୍କର ଲୋକପ୍ରିୟତା ଢେର। କିନ୍ତୁ ଏବେ ପ୍ରଶଂସା ଯେତିକି ସମାଲୋଚନା  ବି ସେତିକି। ନିକଟରେ ଲାକ୍‌ମି ଫ୍ୟାସନ୍‌ ୱିକ୍‌ ରାମ୍ପରେ ଚାଲିଥିଲେ ହରନାଜ୍‌। ରେଡ୍‌ ଆଉଟ୍‌ଫିଟ୍‌ରେ ଗ୍ଲାମରସ୍‌ ଲୁକ୍‌ ରେ ଆସିଥିଲେ ନଜର । କିନ୍ତୁ ହରନାଜଙ୍କ ଆପିଅରାନ୍ସ ଦର୍ଶକଙ୍କୁ ପସନ୍ଦ ଆସିଲାନି। । କିଛି ଲୋକ ମିସ୍‌ ୟୁନିଭର୍ସ ଟାଇଟେଲ୍‌ ଜିତିବା ବେଳର ହରନାଜ ସୁ୍ନ୍ଦରୀ ଆଉ ଏବେ ମୋଟା ଦେଖାଯାଉଥିବା କମେଣ୍ଟ କରିଥିଲେ। ଆଦୌ ଆଇଡଲ୍‌ ଫିଗର ମେଣ୍ଟେନ୍‌ କରୁନାହାନ୍ତି ବୋଲି କହିଲେ କରିଛନ୍ତି କ୍ରିଟିସାଇଜ୍। ଟ୍ରୋଲ୍ ପରେ ମୁହଁ ଖୋଲିଛନ୍ତି ହରନାଜ୍‌।

 ଏକ ସାକ୍ଷାତକାରରରେ ସେ ତାଙ୍କ ଓଜନ ବୃଦ୍ଧିର କାରଣ କହିଛନ୍ତି । ସେ କହିଛନ୍ତି, ପୂର୍ବରୁ ସେ ଅତ୍ୟଧିକ ପତଳା ଥିଲେ ବୋଲି ସମାଲୋଚନାର ଶିକାର ହେଉଥିଲେ। ଏବେ ମୋଟା ହୋଇଥିବାରୁ ଟ୍ରୋଲ୍‌ ହୋଇଛନ୍ତି। ତାଙ୍କ ଶରୀରରେ ଏଭଳି ଓଜନ ଅନିୟମିତତା ସିଲିୟାକ୍‌ ରୋଗ ପାଇଁ। ସେ ସିଲିୟାକ୍ ରୋଗରେ ପୀଡିତ।  ସିଲିୟାକ୍ ରୋଗ ଗ୍ଲୁଟେନ୍ ଥିବା ଖାଦ୍ୟ ଦ୍ବାରା ସୃଷ୍ଟି ହୁଏ।  ଯାହା ଉଭୟ ଓଜନ ହ୍ରାସ ହୁଏ ଏବଂ ବୃଦ୍ଧିର କାରଣ।ସିଲିୟାକ୍ କାରଣରୁ ହଜମ ପ୍ରକ୍ରିୟାରେ ଅସୁବିଧା ସୃଷ୍ଟି ହୋଇଥାଏ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login