The Ultimate Managed Hosting Platform
ADVERTISEMENT

RK ହାଉସ୍‌ରେ ଆଲିଆ-ରଣବୀରଙ୍କ ବିବାହ !

Facebook
Twitter
LinkedIn

ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ତଥା ଜଣାଶୁଣା ଲଭ୍‌ବାର୍ଡ ହେଉଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ । ଦୁହିଁଙ୍କ ବିବାହକୁ ନେଇ ତାଙ୍କ ପରିବାର, ସାଙ୍ଗ ସାଥୀଙ୍କ ବ୍ୟତୀତ ଦୁହିଁଙ୍କ ପ୍ରଶଂସକଙ୍କ ମଧ୍ୟ ଉତ୍ସାହର ରହିଛି । ଉଭୟଙ୍କ ବିବାହକୁ ନେଇ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ସବୁଆଡେ ଖୁବ୍‌ ଦବଦବା ଲାଗି ରହିଛି। ଖବର ଆସିଥିଲା କି ଦହେଁ କୁଆଡେ ଏପ୍ରିଲ୍‌ରେ ବିବାହ କରିବାକୁ ଯାଉଛନ୍ତି । ଖବର ଅନୁଯାୟୀ, ଉଭୟ ଏହି ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିଛି ଦିନ ପରେ ଦୁହେଁ ବନ୍ଧୁତ୍ୱର ସମ୍ପର୍କକୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପରିଣତ କରିବାକୁ ଯାଉଛନ୍ତି । ଏହି କପଲ୍‌ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟ୍ ଠାରୁ ଦୂରରେ ରଖନ୍ତି।

 ବର୍ତ୍ତମାନ ଶୁଣିବାକୁ ମିଳିଛି ଉଭୟ ନିଜ ବିବାହରେ ଅନେକ ଲୋକଙ୍କୁ ନିମନ୍ତ୍ରଣ କରିବାକୁ ଯାଉଛନ୍ତି ଏବଂ ବିବାହ ପାଇଁ ସ୍ଥାନ ମଧ୍ୟ ବାଛି ସାରିଛନ୍ତି । ପିଙ୍କ ଭିଲ୍ଲାରେ ରିପୋର୍ଟ ଅନୁଯାୟୀ, ଦୁହେଁ ମୁମ୍ବାଇର କୌଣସି ବଡ ବଡ ତାରକା ହୋଟେଲରେ ନୁହେଁ ବରଂ ସେମାନଙ୍କ ନିଜ ଘରେ ତଥା ଆର.କେ ହାଉସରେ ବିବାହ କରିବେ ବୋଲି ରଣବୀର ଏହି ସ୍ଥାନକୁ ବାଛିଛନ୍ତି। 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login