The Ultimate Managed Hosting Platform
ADVERTISEMENT

ଟ୍ରମ୍ପଙ୍କୁ ଲାଗିଲା ଶକ୍ତ ଧକ୍କା । ଟ୍ରମ୍ପଙ୍କ ଟାରିଫ ବେଆଇନ ; ଆମେରିକା କୋର୍ଟ

Facebook
Twitter
LinkedIn

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା । ଟ୍ରମ୍ପଙ୍କ ଟାରିଫକୁ ବେଆଇନ କହିଲେ ଆମେରିକା କୋର୍ଟ । ଆମେରିକା ଅପିଲସ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଟାରିଫ କିମ୍ବା ଟିକସ ଲଗାଇବାର କ୍ଷମତା ରାଷ୍ଟ୍ରପତିଙ୍କ ନାହିଁ କହିଲେ କୋର୍ଟ । ତେବେ ଅକ୍ଟୋବର ୧୪ ଯାଏଁ ଟାରିଫ ଜାରି ରଖିବାକୁ କୋର୍ଟଙ୍କ ଅନୁମତି । କୋର୍ଟଙ୍କ ଫଇସଲାକୁ ପକ୍ଷପାତପୂର୍ଣ୍ଣ କହି ସମାଲୋଚନା କଲେ ଟ୍ରମ୍ପ । ଟାରିଫ ଦେଶର ହିତ ପାଇଁ , ଏଭଳି ଫଇସଲା ଦେଶକୁ ବରବାଦ କରିଦେବ । ଆମେ ସୁପ୍ରିମକୋର୍ଟ ଯିବୁ, ଆଗକୁ ବି ଟାରିଫ ଜାରି ରଖିବୁ ବୋଲି କହିଛନ୍ତି ଟ୍ରମ୍ପ । ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇପାରେ ।
ସୂଚନାନୁଯାୟୀ, ରାଷ୍ଟ୍ରପତିଙ୍କୁ ସମସ୍ତ ଜରୁରୀ ପରିସ୍ଥିତି ପାଇଁ ପଦକ୍ଷେପ ନେବାର କ୍ଷମତା ଦେଇଛି ଆଇନ । କିନ୍ତୁ ଟାରିଫ ଲଗାଇବାର କ୍ଷମତା ଦିଆଯାଇନାହିଁ । ଏହା ସହିତ ଟ୍ରମ୍ପ ଇଣ୍ଟରନ୍ୟାସନାଲ ଏମରଜେନ୍ସି ପାୱାର୍ସ ଆକ୍ଟର କ୍ଷମତାର ଅପବ୍ୟବହାର କରୁଛନ୍ତି ବୋଲି ମଧ୍ୟ କୋର୍ଟ କହିଛନ୍ତି । ୱାଶିଂଟନ ଡିସିର ଫେଡେରାଲ ସର୍କିଟ କୋର୍ଟ ଅଫ ଅପିଲ୍ସର ନିଷ୍ପତ୍ତି ୨ଟି ପର୍ୟ୍ୟାୟରେ ଟାରିଫ ଲାଗୁ କରାଯାଇପାରିବ । ଗୋଟିଏ ଏପ୍ରିଲରେ ଲାଗୁ କରାଯାଇଥିବାବେଳେ ଦ୍ବିତୀୟଟି ଫେବୃଆରୀରେ ଚୀନ୍, କାନାଡା ଏବଂ ମେକ୍ସିକୋ ଉପରେ ଲାଗୁ ହୋଇଥିବା ଶୁଳ୍କ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login