The Ultimate Managed Hosting Platform
ADVERTISEMENT

ଛୁରାମାଡରେ ସାମ୍ବାଦିକ ଗୁରୁତର, ବିଶାଖାପାଟଣା ସ୍ଥାନାନ୍ତର

Facebook
Twitter
LinkedIn

ନବରଙ୍ଗପୁର : ନିଶାସକ୍ତ ଯୁବକର ଛୁରାମାଡରେ ସାମ୍ବାଦିକ ଗୁରୁତର । ପାପଡାହାଣ୍ଡିରେ ଘରକୁ ଫେରୁଥିବା ବେଳେ ମରଣାନ୍ତକ ଆକ୍ରମଣ । ପୂର୍ବରୁ ନିଶାସକ୍ତ ଯୁବକ ନାଁରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ସାମ୍ବାଦିକ । ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସୁମିତ କୁମାର ନବରଙ୍ଗପୁରରୁ ନିଜ ଘର ପାପଡାହାଣ୍ଡିକୁ ମୋଟର ସାଇକଲ ଯୋଗେ ଫେରୁଥିବା ବେଳେ ଅଚାନକ ପାପଡାହାଣ୍ଡି ସ୍ଥିତ “ଜେନା ଦୋକାନ ଛୋକ” ନିକଟରେ ନିଶାସକ୍ତ ଯୁବକ ହରେକୃଷ୍ଣ ବେହେରା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ତେବେ, କୌଶଳ କ୍ରମେ ସୁମିତ ଆକ୍ରମଣକାରୀଙ୍କ ହାତକୁ ଧରି ଖଣ୍ଡାକୁ କାବୁ କରିଥିବା ବେଳେ ଅନ୍ୟ ହାତରେ ଧରିଥିବା ମାରାଣାସ୍ତ୍ରରେ ଆକ୍ରମଣକାରି ସୁମିତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲା । ତାଙ୍କ ଛାତି, ପେଟ, ହାତର ବାହୁ ଭଳି ୪ଟି ସ୍ଥାନରେ ଆକ୍ରମଣକାରି ଛୁରା ମାଡ କରିଥିଲା । ଯନ୍ତ୍ରଣା ରେ ଛଟପଟ ହୋଇ ସାମ୍ବାଦିକ ସୁମିତ ଚିତ୍କାର କରି ଦୌଡ଼ି ଥିବା ବେଳେ ଆଖ ପାଖ ଲୋକ ଉଠି ଆସି ସାମ୍ବାଦିକଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ମେଡିକାଲ ରେ ଭର୍ତି କରିଥିଲେ ।
ତେବେ, ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ, ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଉନ୍ନତି ନହେବାରୁ ଡାକ୍ତର ତୁରନ୍ତ ତାଙ୍କୁ ବିଶାଖାପାଟଣା କୁ ସ୍ଥାନାନ୍ତର କରିଥିଲେ । ଅନ୍ୟପଟେ ନିଶାସକ୍ତ ଯୁବକ ହରେକୃଷ୍ଣ ବେହେରାକୁ ସ୍ଥାନୀୟ ଲୋକେ କାବୁ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ମାରାଣାସ୍ତ୍ର ଦେଖାଇ ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଫଳରେ ଲୋକେ ଉତ୍ୟକ୍ତ ହୋଇ ମାଡ଼ ମାରିଥିଲେ । ଆକ୍ରମଣକାରି ହରେକୃଷ୍ଣ ଆହତ ହୋଇଥିବା ବେଳେ ତାଙ୍କ ଭାଇ ଆହତ ଆକ୍ରମଣକାରିଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତି କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login