ଭଦ୍ରକ : ବିପଦ ସଂକେତ ଉପରେ ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଠାରେ ସଂକେତ ୧୮.୩୩ ମି. । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବା ସୂଚନା । ବର୍ଷା ଜାରି ରହିଲେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା । ତେଣୁ ଧାମନଗର, ଭଣ୍ଡାରିପୋଖରୀ ଏବଂ ଚାନ୍ଦବାଲି ବ୍ଲକରେ ଥିବା ନଈକୂଳିଆ ଲୋକଙ୍କୁ ସତର୍କ ରହିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ବିଡ଼ିଓ, ତହସିଲଦାର ଏବଂ ଜଳ ସେଚନ ବିଭାଗ ଅଧିକାରୀଙ୍କୁ ସ୍ଥିତି ଦେଖି ତଳିଆ ଅଞ୍ଚଳରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ବରିଷ୍ଠ ଅଧିକାରୀ ମାନଙ୍କୁ ଭଣ୍ଡାରିପୋଖରୀ ଓ ଧାମନଗର ଅଂଚଳର ଦାୟିତ୍ବ ଦେଇଛନ୍ତି ଜିଲ୍ଲାପାଳ । ଓଡ୍ରାଫ ଟିମ ମଧ୍ୟ ମୁତୟନ ହେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Views: 61