ବୈାଦ୍ଧ : ୩ଟି ବ୍ଲକର ୫୬ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ । ୩ଟି ବ୍ଲକର ସ୍କୁଲକୁ ନୋଟିସ ଜାରି କଲେ ଡିଇଓ । ଅଗଷ୍ଟ ୧୫ରେ ପିଲାଙ୍କୁ “ମିଡ ଡେ” ମିଲ ଦେଇ ନ ଥିବାରୁ ନୋଟିସ । ହରଭଙ୍ଗା ବ୍ଲକର ୩୩ଟି , ବୈାଦ୍ଧ ବ୍ଲକର ୧୫ଟି , କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ । ସାତ ଦିନ ମଧ୍ୟରେ ଏସ୍ଏମ୍ସି କମିଟି ଆଗରେ ପ୍ରମାଣ ରଖିବାକୁ କୁହାଯାଇଛି । ୧୫ତାରିଖରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେବା ସହ ପ୍ରମାଣ ସ୍ୱରୂପ ଫୋଟୋ ଭିଡିଓ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
Views: 44