ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା ମଧ୍ୟରେ ଏଭଳି ଖବର ଆସିଛି। ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ୧୯୭୧ମସିହାରେ ପ୍ରକାଶିତ ଖବରକାଗଜର ଏକ ପୁରୁଣା ଫଟୋ ସେୟାର କରି ଆମେରିକାକୁ ଆଇନା ଦେଖାଇଛି। ଏହି ଫଟୋ ସେୟାର କରି, ଭାରତୀୟ ସେନା ଟ୍ରମ୍ପଙ୍କୁ ତାଙ୍କ ଅସଲ ଚେହେରା ଦେଖାଇବାକୁ ଚେଷ୍ଟା କରିଛନ୍ତି। ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ୫ ଅଗଷ୍ଟ ୧୯୭୧ରେ ଛପାଯାଇଥିବା ଏକ ଖବରକାଗଜର ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ଲେଖାଯାଇଛି ଯେ, ୧୯୫୪ ରୁ ୧୯୭୧ ପର୍ୟ୍ୟନ୍ତ ଆମେରିକା ପାକିସ୍ତାନକୁ ଦୁଇ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇଥିଲା।ଏହି ଫଟୋରେ ଥିବା ତଥ୍ୟ ଅନୁଯାୟୀ, ଆମେରିକା ୧୯୭୧ ଯୁଦ୍ଧର ପ୍ରସ୍ତୁତି ପାଇଁ ଦଶନ୍ଧି ଧରି ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଥିଲା। ଏହି ରିପୋର୍ଟରେ ଚୀନର ସାହାଯ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ଏବଂ କୁହାଯାଇଛି ଯେ, ଯୁଦ୍ଧ ପୂର୍ବରୁ ବେଜିଂ ମଧ୍ୟ ପାକିସ୍ତାନକୁ ସାହାଯ୍ୟ କରିଥିଲା। ସେହି ସମୟରେ, ରାଜ୍ୟସଭାରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିବୃତିକୁ ଆଧାର କରି ଏହି ଲେଖା ପ୍ରକାଶିତ ହୋଇଥିଲା।
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

Facebook
Twitter
LinkedIn
Facebook
Twitter
LinkedIn
Recent News
ମହାପ୍ରସାଦ ରେଟ ଚାଟ ଲାଗିବ : ମୁଖ୍ୟ ପ୍ରଶାସକ
ପୁରୀ : ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଓ ବିକ୍ରି ଉପରେ ଆଲୋଚନା ହୋଇଛି । ଆଗକୁ ରେଟ ଚାଟ ଲାଗିବାର ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟ...
ନବ ଦାସ ହତ୍ୟାକାଣ୍ଡ : ଆଜି ସାକ୍ଷ୍ୟ ଗ୍ରହଣ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡା ଏଡିଜେ କୋର୍ଟରେ ଶୁଣାଣି ଆଜି । ଅନ୍ୟତମ ମୁଖ୍ୟ ସାକ୍ଷୀ ତକôାଳୀନ ବ୍ରଜରାଜନଗର ଆଇଆଇସିଙ୍କ...
ଟ୍ରକ ଧକ୍କାରେ ୩ ଜଣଙ୍କର ଚାଲିଗଲା ଜୀବନ
ତେଲକୋଇ : ବାଇକକୁ ଧକ୍କା ଦେଲା ଟ୍ରକ । ୩ ଜଣଙ୍କର ଚାଲିଗଲା ଜୀବନ । ଏନଏଚ ୪୯ର ଜଗମୋହନ ଛକରେ ଦୁର୍ଘଟଣା । ମୃତକମାନେ ଚାରକୋଟ...
ପାରା ପାଇଁ ମରଣାନ୍ତକ ଆକ୍ରମଣ
ପୁରୀ : ପାରା ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ବାଲିସାହି ସ୍ଥିତ ବାପୁଜୀ କ୍ଲବ ନିକଟରେ ଅଭାବନୀୟ ଘଟଣା । ପୋଷା ପାରାକୁ ତାଙ୍କ ପଡୋଶୀ...