ରାଉରକେଲା : ଝିରପାଣି ଗାଁ ମେଳାରେ ଅଗ୍ନିକାଣ୍ଡ । ଜଳିଗଲା ୩୦ ଦୋକାନ । ଭୋର ସମୟରେ ଲାଗିଥିଲା ନିଆଁ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଗୋଟିଏ ଦୋକାନ ରେ ରଖାଯାଇଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ବ୍ଲାଷ୍ଟ ହୋଇଥିଲା । ଫଳରେ ନିଆଁ ଗୋଟିଏ ପରେ ଗୋଟିଏ ଦୋକାନ କୁ ମାଡ଼ି ଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।
Views: 19