ଭୁବନେଶ୍ୱର : ମହିଳା ଥାନାରେ ଓଏଏସ ସାର୍ଥକ ସୈାରଭ ମହାପାତ୍ରଙ୍କୁ ପଚରାଉଚରା । ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଥାନାରେ ପଚରାଉଚରା । । ଦୁଇ ଦିନ ତଳେ ଓଏଏସ୍ ବାବୁଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ । ଏନେଇ ମହିଳା ଥାନା ମାମଲା ରୁଜୁ କରି ନୋଟିସ୍ ପଠାଇବା ପରେ ଆଜି ଥାନାରେ ହୋଇଛନ୍ତି ଓଏଏସ୍ ବାବୁ । ଓକିଲଙ୍କ ସହ ମହିଳାଥାନାକୁ ଆସିଥିବା ସାର୍ଥକଙ୍କୁ ପୁଲିସ ପଚରାଉଚରା କରୁଛି । ଗତକାଲି ପତ୍ନୀ ଅର୍ଚ୍ଚନା ଦାଶଙ୍କ ୧୮୦ ବିଏନ୍ଏସ୍ରେ ବୟାନ ରେକର୍ଡ କରିଥିଲା ଭୁବନେଶ୍ବର ମହିଳା ଥାନା ପୁଲିସ । ବାହାଘରଠୁ ଆରମ୍ଭ କରି ସନ୍ତାନ ହେବ ପର୍ୟ୍ୟନ୍ତ ଉଭୟଙ୍କ ଭିତରେ କ’ଣ ଘଟିଥିଲା ସେନେଇ ପଚାରି ବୁଝିଥିଲା ପୁଲିସ । ଗୋଟି ଗୋଟି କରି ସ୍ବାମୀଙ୍କ ବାବଦରେ ପୁଲିସକୁ ତଥ୍ୟ ଦେଇଛନ୍ତି ଅର୍ଚ୍ଚନା । ସୁଖ ଶାନ୍ତିର ପରିବାର କାହିଁକି ଛାରଖାର ହୋଇଗଲା, ସ୍ବାମୀ-ସ୍ତ୍ରୀ କାହିଁକି ଅଲଗା ହୋଇଗଲେ ଆଉ ଅର୍ଚ୍ଚନା ଦେଇଥିବା ଅଭିଯୋଗର ତଥ୍ୟ ପ୍ରମାଣ କ’ଣ ରହିଛି, ସେନେଇ ପଚାରି ବୁଝିଛି ପୁଲିସ । ତେବେ ତଥ୍ୟ ପ୍ରମାଣ ଏକାଠି କରିବା ସହ ଓଏଏସ୍ ଅଫିସରଙ୍କୁ ଥାନାକୁ ଡାକିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ମହିଳା ଥାନାରେ OAS ସାର୍ଥକଙ୍କୁ ପଚରାଉଚରା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











