The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବଢିଲା ତେଲ ଦର ।

Facebook
Twitter
LinkedIn

ପୁଣି ବଢିଛି ପେଟ୍ରୋଲ ଡିଜେଲ ଦର । ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୭୫ରୁ ୮୫ ପଇସା ବୃଦ୍ଧି ପାଇଥିବା ଜଣାପଡିଛି । ଲଗାତାର ଦ୍ୱିତୀୟ ଦିନରେ ଦର ବୃଦ୍ଧି ପାଇଛି । ଦୀର୍ଘ ୧୩୭ ଦିନ ପରେ ଗତ ମଙ୍ଗଳବାର ସରକାର ପେଟ୍ରୋଲ , ଡିଜେଲ ଦର ବଢାଇଥଲେ ।

ବୁଧବାର ତେଲ ଦର ବଢିବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୭ ଟଙ୍କା ୧ ପଇସା ହୋଇଥିବାବେଳେ ଡିଜେଲ ଦର ଲିଟର ପିଛା ୮୮.୨୭ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୧୧.୬୭ହୋଇଥିବାବେଳେ ଡିଜେଲ ଦର ୯୫.୮୫ ଟଙ୍କାରେ ପହଞ୍ଚିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୯୧ ଟଙ୍କା ହୋଇଥିବାବେଳେ ଡିଜେଲ ଦର ୯୨.୯୫ଟଙ୍କା ହୋଇଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬.୩୪ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୯୧.୪୨ ଟଙ୍କା ରହିଛି ।

 ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୦୩.୬୯ ଟଙ୍କା ଓ ଡିଜେଲ ଦର ୯୩.୫୬ ଟଙ୍କାରେ ପହଞ୍ଚିଛି । ଓଡିଶାର ପ୍ରାୟ ଅଧିକାାଂଶ ଜିଲ୍ଲାରେ ପେଟ୍ରୋଲ ଦର ଲିଟର ପିଛା ୧୦୦ଟଙ୍କାରୁ ଅଧିକ ରହିଛି ।

ଗତ ୩ ବର୍ଷରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ୍ ଜରିଆରେ ପାଖାପାଖି ୮ ଲକ୍ଷ କୋଟି ସଂଗ୍ରହ କରିସାରିଛନ୍ତି । ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ଦର ୧୦୦ଟଙ୍କାକୁ ଅତିକ୍ରମ କରିସାରିଛି । ନାଗରିକ ପ୍ରତି ଲିଟର ପିଛା ଗଣୁଥିବା ୧୦୦ଟଙ୍କାରୁ କେନ୍ଦ୍ର ଓ ରାଜ୍ୟ ସରକାର ଟ୍ୟାକ୍ସ ବାଦରେ ୫୦ ଟଙ୍କାରୁ ଅଧିକ ଛାଣିନେଉଛନ୍ତି । ଦେଶରେ ପ୍ରତି ବ୍ୟକ୍ତିର ବାର୍ଷିକ ମୁଣ୍ଡ ପିଛା ଆୟ ତୁଳନାରେ ସରକାରଙ୍କ ଟିକସ ସଂଗ୍ରହ ହାର ବୃଦ୍ଧି ପାଇଛି ।ଋଷ- ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅନ୍ତରାଷ୍ଟ୍ରିୟ ବଜାରରେ ଅଶୋଧିତ ତୈଳ ଦର ଅସ୍ଥିର ହେଉଛି । ତୈଳ ବିପଣନ କମ୍ପାନୀ ଗୁଡିକ କ୍ରମାଗତ କ୍ଷତି ସହୁଥିବା କୁହାଯାଉଛି । ଅପରପକ୍ଷେ ସରକାର ଅତ୍ୟଧିକ ଉତ୍ପାଦନ କର ଲାଗୁକରିଥିବାରୁ ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ ପଡିବା ସହ ପ୍ରତି ଲିଟର ପ୍ରେଟୋଲ ପାଇଁ ଆବଶ୍ୟକତା ଠାରୁ ଅଧିକ ଅର୍ଥ ଦେବାକୁ ପଡୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login