May 13, 2024 2:37 am

The Ultimate Managed Hosting Platform
ADVERTISEMENT

ଲାଗିଲା ବ୍ୟାଙ୍କରେ ତାଲା ? ଜାଣନ୍ତୁ କେଉଁ ବ୍ୟାଙ୍କ !

Facebook
Twitter
LinkedIn

ନ୍ୟୁୟର୍କ : ବର୍ତ୍ତମାନ ଆମେରିକାର ବ୍ୟାଙ୍କିଙ୍ଗ ସେକ୍ଟର ବିରାଟ ସମସ୍ୟା ଦେଇ ଗତି କରୁଛି । କିଛି ଦିନ ତଳେ ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ ଉପରେ ରୋକ ଲାଗିଥିବା ବେଳେ ଆଜି ଆଉ ଏକ ବ୍ୟାଙ୍କରେ ତାଲା ଲାଗିଛି । କ୍ରିପ୍ଟୋ ଫେଣ୍ଡଲି କୁହାଯାଉଥିବା ସିଗନେଚର ବ୍ୟାଙ୍କ ମଧ୍ୟ ସମାନ ପରିସ୍ଥିତିରେ ପହଞ୍ଚିଛି । ଏହି ବ୍ୟାଙ୍କକୁ ଅସ୍ତାୟୀ ଭାବେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ନ୍ୟୁୟର୍କର ଫାଇନାନ୍ସ ସର୍ଭିସ ଡିପାର୍ଟମେଣ୍ଟ ଅନୁସାରେ, ଫେଡେରାଲ ଡିପୋଜିଟ ଇନ୍ସୁରାନ୍ସ କର୍ପୋରେସନ(ଏଫଡିଆଇସି) ଏହି ବ୍ୟାଙ୍କୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ଆମେରିକାର ବ୍ୟାଙ୍କିଙ୍ଗ ଇତିହାସରେ ଏହା ହେଉଛି ତୃତୀୟ ବିଫଳତା । ଦୁଇ ଦିନ ପୂର୍ବରୁ ଦେଶର ସିଲି ଭ୍ୟାଲି ବ୍ୟାଙ୍କକୁ ବନ୍ଦ କରିଦିଆଯାଇଛି । ତେବେ ଗତ ଶୁକ୍ରବାର ସିଗନେଚର ବ୍ୟାଙ୍କର ସେୟାରରେ ହ୍ରାସ ଦେକିବାକୁ ମିଳିଥିଲା । ଯାହାର ପରିଣାମ ସିଲିକନ୍ ଭ୍ୟାଲି ବ୍ୟାଙ୍କକୁ ଭୋଗିବାକୁ ପଡିଛି । ବର୍ତ୍ତମାନ ସିଗ୍ନେଚର ବ୍ୟାଙ୍କ ଉପରକୁ ଆସିଛି ଏହି ବିପଦ । ତେବେ ଆମେରିକାର ଟ୍ରେଜେରୀ ବିଭାଗ ଏବଂ ଅନ୍ୟ ବ୍ୟାଙ୍କ ନିୟାମକ ଉଭୟ ବ୍ୟାଙ୍କର ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛନ୍ତି । କୌଣସି ଗ୍ରାହକ ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବେ ନାହିଁ ବୋଲି ଏକ ସଂଯୁକ୍ତ ବୟାନ ଦିଆଯାଇଛି । ତେବେ ଆମେରିକାର ଫେଡେରାଲ ରିଜର୍ଭ ୧୩ ତାରିଖରେ ଏକ ଜରୁରୀକାଳୀନ ବୈଠକ ଡକାଇଛି । ଏହି ବୈଠକରେ ବ୍ୟାଙ୍କିଙ୍ଗ ସେବାରେ ଏଭଳି ପରିସ୍ଥିତି ଏବଂ ଏହାର ପ୍ରତିକାରକୁ ନେଇ ଆଲୋଚନା କରାଯିବ ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ଆନ୍ଧ୍ରପ୍ରଦେଶ ; ଟ୍ରକରୁ ୮ କୋଟି ଜବତ

ଆନ୍ଧ୍ରପ୍ରଦେଶ ; ଟ୍ରକରୁ ୮ କୋଟି ଜବତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଏନ୍ଟିଆର ଜିଲ୍ଲାର ଏକ ଚେକ୍ପୋଷ୍ଟରୁ ଗୁରୁବାର ଏକ ଟ୍ରକ୍ରୁ ୮ କୋଟି ନଗଦ ଟଙ୍କା ଜବତ କରାଯାଇଛି। ନିର୍ବାଚନୀ ପ୍ରକ୍ରିୟାରେ ଯାଞ୍ଚ ଚାଲିଥିବା ବେଳେ...

ADVERTISEMENT
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଉ : ଧର୍ମେନ୍ଦ୍ର

ବିଜେଡିର ନିର୍ବାଚନୀ ଇସ୍ତାହାରକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ

ଭୁବନେଶ୍ୱର: ବିଜେଡିର ନିର୍ବାଚନୀ ଇସ୍ତାହାରକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ । ବିଜେଡିର ନିର୍ବାଚନୀ ଇସ୍ତାହାର ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ...

ଜେଲ ଗଲେ କେଜ୍ରିୱାଲ

ସୁପ୍ରିମକୋର୍ଟରେ କେଜ୍ରି୍ୱାଲଙ୍କ ଶୁଣାଣି ଆଜି, ମିଳିବ କି ଜାମିନ !

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ମିଳିବ କି ଅନ୍ତରୀଣ ଜାମିନ । ଆଜି ସୁପ୍ରିମକୋର୍ଟ ଏ ନେଇ ରାୟ ଦେଇପାରନ୍ତି । ଏହାପୂର୍ବରୁ...

Login