ପୁରୀ : ବଳଙ୍ଗା ପୀଡିତାଙ୍କ ଦିଲ୍ଲୀରେ ବୟାନ ରେକର୍ଡ । ଦିଲ୍ଲୀ ପୋଲିସ ସହ ଆଲୋଚନା କରି କାଗଜପତ୍ର କରାଯାଉଛି କହିଲେ ଏସପି । ଦିଲ୍ଲୀରେ କୋର୍ଟ ନିଯୁକ୍ତି ମାଜି ଷ୍ଟ୍ରଟଙ୍କ ଦ୍ୱାରା ରେକର୍ଡଭୁକ୍ତ ହେବ ବୟାନ । ଗତକାଲି ଅପରାହ୍ଣରେ ଦିଲ୍ଲୀ ଏମସରେ ପୀଡ଼ିତାଙ୍କ ତୃତୀୟ ଥର ଅସ୍ତ୍ରପଚାର ପରେ ସଂଧ୍ୟାରେ ବୟାନ ରେକର୍ଡ କରିଛି ବଳଙ୍ଗା ପୋଲିସ । ଅସ୍ତ୍ରପଚାର ସରିବା ପରେ ଏମସ୍ କର୍ତ୍ତୃପକ୍ଷଙ୍କୁ ପିଡ଼ିତାର ବୟାନ ରେକର୍ଡ ପାଇଁ ଅନୁମତି ମଗା ଯାଇଥିଲା । ଅନୁମତି ମିଳିବା ପରେ ବଳଙ୍ଗା ଥାନା ଓଆଇସି ଦିବ୍ୟ ରଞ୍ଜନ ପଣ୍ଡା, ଘଟଣାର ତଦନ୍ତ ଭାର ଦାୟୀତ୍ୱରେ ଥିବା ପୁରୀ ହେଡକ୍ୱାର୍ଟର ଡିଏସପି କଳ୍ପନା କାହଁରି ବୟାନ ରେକର୍ଡ କରିଥିଲେ । ପୀଡ଼ିତାଙ୍କ ଦାଦାଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯିବା ସହ ସମ୍ପୂର୍ଣ୍ଣ ଭିଡିଓ କରାଯାଇଛି । ଗତକାଲି ଦିଲ୍ଲୀ ଏମସରେ ପହଞ୍ଚିବା ପରେ ପୀଡ଼ିତାଙ୍କ ବାପା, ପିଉସୀଙ୍କୁ ୩୦ ମିନିଟ ଧରି ପଚରା ଉଚରା କରାଯାଇଥିଲା ।
Views: 30