ଭୁବନେଶ୍ୱର : ଦୁଷ୍କର୍ମ , ଜୀବନ ନେବା . ଆତ୍ମାହୁତି ଘଟଣା ରାଜ୍ୟରେ ଧିରେ ଧିରେ ବଢିବାରେ ଲାଗିଛି । ବିଜେପି ସରକାର ଓଡିଶାକୁ ଆସିବା ପରେ ବୋଧେ କାହାର ନଜର ଲାଗିଯାଇଛି । ନାରୀ ସୁରକ୍ଷାରେ ଭାରତ ବର୍ଷରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଓଲଟା ହୋଇଛି ବୋଲି ବିଜେଡିର ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ଦେଶରେ ଓଡ଼ିଶା ନିନ୍ଦିତ ହେଲାଣି। ପ୍ରବାସୀ ଓଡ଼ିଆ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି। ଯେଉଁଠି ନାରୀ ଅସୁରକ୍ଷିତ ସେଠି ଓଡ଼ିଶାକୁ କିପରି ବିଜେପି ସରକାର ପୂର୍ବ ଭାରତର ମୁଖଶାଳା କରିବେ। ମାଲକାନଗିରି ଘଟଣା ହୃଦୟ ବିଦାରକ ହୋଇଛି।
୧୫ ବର୍ଷର ନାବାଳିକାଙ୍କ ସହ ଦୁଇ ଦୁଇ ଥର ଦୁଷ୍କର୍ମ କରାଯାଇଛି । ଉଦ୍ଧାର ହେବା ପରେ ମଧ୍ୟ ଦୁଷ୍କର୍ମ କରା ଯାଇଛି। ଡବଲ ଇଞ୍ଜିନ୍ ସରକାରରେ ଡବଲ ଦୁଷ୍କର୍ମ ହେଉଛି। ପୁଲିସ ଅଭିଯୋଗ ପରେ ବି ଅଭିଯୁକ୍ତଙ୍କ ବିରୋଧରେ କିଛି କାର୍ୟ୍ୟାନୁଷ୍ଠାନ ହେଉନାହିଁ । ନ୍ୟାୟ ନମିଳିବାରୁ ଲଜ୍ଜା ସହି ନପାରି ବିଷ ପିଇ ନିଜ ଜୀବନ ନେବାକୁ ଉଦ୍ୟମ କରିଛନ୍ତି। ଏବେ ସେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ବନ୍ଧୁ ଗାଁ କୋରାପୁଟରେ ଜୁଲାଇରେ ଦୁଷ୍କର୍ମ କରାଯାଇଥିଲା। କିଛି ନ୍ୟାୟ ମିଳିନାହିଁ। ଅନୁସୂଚିତ ଜନଜାତି ବିଭାଗର ମନ୍ତ୍ରୀ ଚୁପ୍ ରହିଛନ୍ତି। କ୍ରବାର ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାଲକାନଗିରି ଯାଇ ପୀଡ଼ିତାଙ୍କ ପରିବାରଙ୍କୁ ଭେଟିବେ। ଡାକ୍ତରଖାନାରେ ଯାଇ ତଥ୍ୟ ସଂଗ୍ରହ କରିବେ। ୨୬ ତାରିଖରେ ଡିଆରାଇଜି ଅଫିସ୍ ଘେରାଉ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।
ବିଜେପି ସରକାରଙ୍କୁ ବୋଧେ କାହାର ନଜର ଲାଗିଯାଇଛି : ପ୍ରଦୀପ ମାଝୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୯ ଜେଲରୁ ୧୩ କଏଦୀ ଫେରାର
ଭୁବନେଶ୍ୱର : ଜେଲରୁ କଏଦୀ ଫେରାର ନେଇ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର । ଗତବର୍ଷ ଜୁଲାଇରୁ ଏଯାବତ ୯ଟି ଜେଲରୁ ୧୩ କଏଦୀ ଫେରାର ହୋଇଛନ୍ତି ।...
ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...
ତଡିପାର ହେଲେଣି ୪୯ ବାଂଲାଦେଶୀ
ଭୁବନେଶ୍ୱର : ରାଜ୍ୟରୁ ତଡିପାର ହେଲେଣି ୪୯ ବାଂଲାଦେଶୀ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆ ସରକାର ଆସିବା ପରେ...
କିଟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର : ପୁଣି କିଟ ବଦନାମ । କିଟ ବିଶ୍ୱ ବିଦ୍ୟାଳୟରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହଷ୍ଟେଲ ଝୁଲନ୍ତା ଅବସ୍ଥାରେ ମୃତଦେହ...











