ଭୁବନେଶ୍ୱର : ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ । ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି । ଅନାସ୍ଥା ପ୍ରସ୍ତାବରେ ନିଜେ କ୍ଷତାକ୍ତ ହେବେ ବିରୋଧୀ । ଅନାସ୍ଥା ପ୍ରସ୍ତାବ ସେମାନଙ୍କ ପାଇଁ ବୁମେରାଂ ହେବ । ବିରୋଧୀ ଅନାସ୍ଥା ଆଣିପାରିବେ , ହେଲେ ହୋମୱାର୍କ କରନ୍ତୁ । ବିଜେଡିସ କଂଗ୍ରେସ ୪୦ ବର୍ଷର ହିସାବ ନେଇକି ଆସନ୍ତୁ । ଆମେ ଗୋଟିଏ ବର୍ଷର ହିସାବ ଦେବୁ ବୋଲି କହିଛନ୍ତି ସୁରେଶ ପୂଜାରୀ ।ସେମାନେ ଲମ୍ବା ସମୟରେ କଣ କରିଛନ୍ତି , ଆମେ ବର୍ଷକରେ କଣ କରିଛୁ । ସେମାନେ ଲମ୍ବା ସମୟ ଧରି କ’ଣ କରିଛନ୍ତି ଆମେ ବର୍ଷକରେ କ’ଣ କରିଛୁ ତାହାର ହିସାବ ଦେବୁ ବୋଲି ରାଜସ୍ବ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
Views: 112











