ନୂଆଦିଲ୍ଲୀ : ଆଉ ନାହାଁନ୍ତି ଅଭିନେତା ଫିଶ୍ ଭେଙ୍କଟ୍ । ତାଙ୍କର କମେଡି ଅଭିନୟ ପାଇଁ ଘରେ ଘରେ ଲୋକପ୍ରିୟ ହେବାରେ ସଫଳ ହୋଇଥିଲେ । ମାତ୍ର ୫୩ ବର୍ଷ ବୟସରେ ସେ ତାଙ୍କର ପ୍ରାଣ ହରାଇଥିଲେ । କିନ୍ତୁ ସେ କିଛି ଦିନ ଧରି କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ । ତାଙ୍କ ଅବସ୍ଥା ଗୁରୁତରରେ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେହି ସମୟରେ କିଡନୀ ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ଥିଲା । ଆର୍ଥିକ ଦୁର୍ବଳତା ହେତୁ ଏହା ସମ୍ଭବ ହୋଇପାରିନଥିଲା । କିଡନୀ ଦେବା ପାଇଁ ମଧ୍ୟ କାହାର ସାମ୍ପୁଲ ମ୍ୟାଚ୍ ହୋଇନଥିଲା । କିଡନୀ ଫେଲୱର ଫଳରେ ଗତକାଲି ତାଙ୍କର ଦେହାନ୍ତ ଘଟିଛି ।
Views: 77