ନୂଆଦିଲ୍ଲୀ : ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଗିରଫ । ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲ ଗିରଫ । ବହୁ କୋଟି ଟଙ୍କାର ମଦ ସ୍କାମରେ ଗିରଫ କଲା ଇଡି । ଆଜି ସକାଳେ ଭୂପେଶ ବାଘେଲଙ୍କ ଭିଲାଇସ୍ଥିତ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ଚଢ଼ାଉ ପରେ ଇଡି ଦଳ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି । ଏହା ସହ ଚଢ଼ାଉ ଏବେ ବି ଜାରି ରହିଥିବା ସାମ୍ନାକୁ ଆସିଛି । ସବୁଠୁ ବଡ଼ କଥା ହେଲା ଆଜି ହେଉଛି ଚୈତନ୍ୟ ବାଘେଲଙ୍କ ଜନ୍ମଦିନ । ଜନ୍ମଦିନରେ ତାଙ୍କୁ ଗିରଫ କରି ଇଡି ତାଙ୍କୁ ଉପହାର ଦେଇଥିବା ଭୂପେଶ ବାଘେଲ କହିଛନ୍ତି । ଇଡି ଦଳ ଚଢାଉ ପାଇଁ ପହଞ୍ଚିବା ପରେ ଭୂପେଶ ବାଘେଲ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଥିଲେ ଯେ, ତାଙ୍କ ପୁଅକୁ ‘ଜନ୍ମଦିନର ଉପହାର’ ମିଳିଛି । ଅନ୍ୟପକ୍ଷରେ, ଇଡି ଚଢାଉ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଭୂପେଶ ବାଘେଲଙ୍କ ସମର୍ଥକମାନେ ତାଙ୍କ ଘର ବାହାରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୁଲିସ ଓ ଭୂପେଶଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି ।
ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











